ପାରାଦୀପ,୨୫/୦୫/୨୦୨୨( ଓଡ଼ିଶା ସମାଚାର )- ଆମ ପାରାଦୀପ ଆମ ପ୍ରଗତି ପକ୍ଷରୁ ବୁଧବାର ଦିନ ବାପି ସର୍ଖେଲଙ୍କ ନେତୃତ୍ୱରେ ପାରାଦୀପ ରେଲୱ ଷ୍ଟେସନରୁ ବନ୍ଦଥିବା ୪ଟି ଟ୍ରେନକୁ ପୁନର୍ବାର ଚାଲୁ କରିବା ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦାବି ପତ୍ର ଷ୍ଟେସନ ମାଷ୍ଟରଙ୍କ ଜରିଆରେ ଦିଆଯାଇଛି । ଏଠାରେ ସୂଚନା ଥାଉକି, କେବଳ ଗୋଟିଏ ଟ୍ରେନକୁ ଛାଡିଦେଳେ କରୋନା ମହାମାରୀ ପାଇଁ ୨୦ ମାର୍ଚ୍ଚ ୨୦୨୦ରୁ ଅଦ୍ୟାବଧି ପାରାଦୀପ ଷ୍ଟେସନରୁ ୪ଟି ଟ୍ରେନ ବନ୍ଦ ରହିବା ଫଳରେ ଛାତ୍ରଛାତ୍ରୀ, ସରକାରୀ ଓ ବେସରକାରୀ କର୍ମଚାରୀ, ବ୍ୟବସାୟୀ, ପାରାଦୀପ ଓ ଜଗତସିଂହପୁର ଜିଲ୍ଲାର ଜନସାଧାରଣ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେବେ ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆଜି ଆମ ପାରାଦୀପ ଆମ ପ୍ରଗତିର ମୁଖ୍ୟ ବାପି ସର୍ଖେଲଙ୍କ ନେତୃତ୍ୱରେ ପାରାଦୀପ ପୌର ପରିଷଦର ଉପାଧ୍ୟକ୍ଷା ଛବିଲତା ରାଉତଙ୍କ ସମେତ ବିଭିନ୍ନ ୱାର୍ଡର ପାରିଷଦ ଏବଂ ଶତାଧିକ କର୍ମୀ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଓ.ଡି.ଆର.ଏମ ରେଲୱ ପାରାଦୀପ ଷ୍ଟେସନ ମାଷ୍ଟରଙ୍କ ଜରିଆରେ ମାନପତ୍ର ପ୍ରଦାନ କରାଯାଇଛି । ଆଜିର ଏହି କାର୍ଯ୍ୟ ପାଇଁ ଶ୍ରୀ ସର୍ଖେଲ ଓ ତାଙ୍କ ସଂଗଠନକୁ ସାଧାରଣରେ ପ୍ରଶଂସା କରାଯାଇଛି । ଓଡ଼ିଶା ସମାଚାର
