ଭୁବନ,୨୫/୦୫/୨୦୨୨( ଓଡ଼ିଶା ସମାଚାର )- ଭୁବନ ଏନଏସିରେ କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟା ସାଙ୍ଗକୁ ଗାଡିମୋଟର ସଂଖ୍ୟା ବୃଦ୍ଧି ଯୋଗୁ ଦୈନିକଛୋଟବଡ ଦୁର୍ଘଟଣା ଘଟୁଛି । ଅଧିକାଂଶ ସମୟ ଟ୍ରାଫିକ ଜାମ ରହୁଛି । ଏହି ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ପ୍ରସିଦ୍ଧ ଶୈବପୀଠ ବୁଦ୍ଧେଶ୍ୱର ମନ୍ଦିର ଠାରୁ ହିଙ୍ଗୁଳା ମନ୍ଦିର ଦେଇ ରଗଡି/ବାରିଜଙ୍ଗ ଠାରୁ ୫୩ ନମ୍ବର ଜାତୀୟରାଜପଥ ପର୍ଯ୍ୟନ୍ତ ଏକ ବାଇପାସ(ରିଙ୍ଗରୋଡ) ରାସ୍ତା ନିର୍ମାନ ପାଇଁ ମାନ୍ୟବର ପୂର୍ତମନ୍ତ୍ରୀଙ୍କୁ ପୂର୍ବରୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ନୂତନ ନଗରପାଳ ଭାବେ ଶୁଭେନ୍ଦୁ ସାହୁ କ୍ଷମତାସୀନ ହେବା ପରେ ବିକାଶ ପାଇଁ ଅଣା୍ଟ ଭିଡି ସର୍ବପ୍ରଥମେ ବାଇପାସ(ରିଙ୍ଗରୋଡ) ରାସ୍ତା ପାଇଁ ପ୍ରୟାସ କରିଛନ୍ତି । ପୂର୍ତମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ ନିର୍ଦ୍ଧେଶକ୍ରମେ ନଗରପାଳ ଶ୍ରୀଯୁକ୍ତ ସାହୁ ଙ୍କ ନେତୃତ୍ୱରେ ନିର୍ବାହୀ ଅଧିକାରୀ ଶ୍ୟାମସୁନ୍ଦର ସାହୁ,କନିଷ୍ଟ ଯନ୍ତ୍ରୀ ସୁରେନ୍ଦ୍ର ନାଥ ସାହୁ,ପୂର୍ତ ବିଭାଗ ସହକାରୀ ଯନ୍ତ୍ରୀ ନିରଂଜନ ସ୍ୱାଇଁ,ସେଚ ବିଭାଗ ସହକାରୀ ଯନ୍ତ୍ରୀ,ରାଜସ୍ୱ ନିରୀକ୍ଷକ ପ୍ରମୁଖ ବୁଦ୍ଧେଶ୍ୱର ମନ୍ଦିର,ହିଙ୍ଗୁଳା ମନ୍ଦିର,ବାରିଜଙ୍ଗ,ମଣିପୁର,ଲତାବିଲ ପ୍ରଭୃତି ଅଂଚଳ ପରିଦର୍ଶନ କରି ପ୍ରାରମ୍ଭିକ ସର୍ଭେ କରିଥିଲେ । ଓଡ଼ିଶା ସମାଚାର