Wednesday , July 6 2022
Breaking News
Home / ବିଶେଷ / ନିର୍ମାଣ ଶ୍ରମିକଙ୍କ ସମସ୍ୟା ନେଇ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ : ଲିଖିତ ପ୍ରତିଶୃତି ପରେ ଆନ୍ଦୋଳନ ପ୍ରତ୍ୟାହୃତ

ନିର୍ମାଣ ଶ୍ରମିକଙ୍କ ସମସ୍ୟା ନେଇ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ : ଲିଖିତ ପ୍ରତିଶୃତି ପରେ ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ୱର , ୨୫/୦୫/୨୦୨୨( ଓଡ଼ିଶା ସମାଚାର )- ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହଜାର ହଜାର ନିର୍ମାଣ ଶ୍ରମିକ ମାଷ୍ଟରକ୍ୟାନଟିନ୍ ଛକରୁ ଶୋଭାଯାତ୍ରାରେ ବାହାରି ଜନପଥସ୍ଥିତ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଅନୁଷ୍ଠିତ ହୋଇଥିଲା । ଧାରଣାସ୍ଥଳରେ ସମନ୍ୱୟ କମିଟିର ନେତା ରାଜକିଶୋର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କମିଟିର ରାଜ୍ୟ ଆବାହକ ବିଜୟ ଜେନା ନିର୍ମାଣ ଶ୍ରମିକଙ୍କ ବିଭିନ୍ନ ଦାବି ଉପସ୍ଥାପିତ କରିବା ସହ ଏହାର ସମାଧାନ ନିମନ୍ତେ ଦାବି କରିଥିଲେ । ପରେ ଏକ ପ୍ରତିନିଧି ମଣ୍ଡଳୀ ଶ୍ରମ କମିଶନର ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ପୂର୍ବ ପ୍ରଦତ ସାତ ଦଫାଦାବି ଉପରେ ଆଲୋଚନା ହୋଇଥିଲା । ଦାବିଗୁଡ଼ିକ ପୂରଣ କରିବାରେ ବିଭିନ୍ନ ବାହାନାରେ ଅସମର୍ଥତା ପ୍ରକାଶ କରିବାରୁ ୟୁନିୟନ୍ ର ପ୍ରତିନିଧିମାନେ ଅସନ୍ତୁଷ୍ଟ ହୋଇ ଆଲୋଚନାରୁ ପ୍ରତ୍ୟାବର୍ତନ କରି ଦାବି ହାସଲ ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି ଘୋଷଣା କରିଥିଲେ । ପରେ ଦାବିଗୁଡ଼ିକ ବିଚାର କରିବା ସହ ଅନଲାଇନ୍ ପ୍ରକ୍ରିୟାରେ ପଞ୍ଜିକରଣ ଓ ବିଭିନ୍ନ ସହାୟତା ରାଶି ଆବେଦନ ଏବଂ ଏହାକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର କର୍ମଚାରୀମାନେ ସହଯୋଗ କରିବେ ସମ୍ପର୍କର ମଣ୍ଡଳ ଶ୍ରମ ଆୟୁକ୍ତ ଏବଂ ଜିଲ୍ଲା ଶ୍ରମ ଅଧିକାରୀମାନଙ୍କୁ ପତ୍ର ସଂଖ୍ୟା ୫୯୧ ତା ୨୫.୦୫.୨୦୨୨ରିଖ ନିର୍ଦ୍ଧେଶନାମା ପରେ ଅନିର୍ଦ୍ଧିଷ୍ଟ କାଳ ଧାରଣା ପ୍ରତ୍ୟାହୃତ ହୋଇଥିଲା ।
ଏହି ଧାରଣାରେ ଗୋକୁଳ ମେହେର, ସୁର ଜେନା, ବିପ୍ଳବ କେଶରୀ ମହାପାତ୍ର, ଲକ୍ଷ୍ମୀଧର ସାହୁ, ମହାବୀର ପ୍ରସାଦ ମିଶ୍ର, ପ୍ରବୀଣ ଦାସ, ସୁକୁ ଖିନଗୁଡ଼ି, ଇସ୍ମାଇଲ୍ ମାଳୀ, ଶିଶିର ମଲ୍ଳିକ, ଜ୍ଞାନ ରଞ୍ଜନ ଦାସ, ସତ୍ୟ ତି୍ରପାଠୀ, ଶାନ୍ତିଲତା ରାଉତ, ଜୟନ୍ତ ଦାସ, ପ୍ରକାଶ ମହାନ୍ତି, ବଳରାମ କୁଶୁଲିଆ, ମଞ୍ଜୁଳା ମଞ୍ଜରୀ ମିଶ୍ର, ବିରô ବିଶ୍ୱାଳ, ସସ୍ମିତା ବସ୍ତିଆ, କରୁଣାକର ମହାରଣା, ଅବକାଶ ସାହୁ, ଜୀବନ ଜ୍ୟୋତି ବାଗ୍, କାହ୍ନୁ ବେହେରା, ନାରାୟଣ ବୁଡେକ୍, ଅଶୋକ ସାହୁ, ଜୟକୃଷ୍ଣ ମହାପାତ୍ର, ବିଷ୍ଣୁ ପ୍ରସାଦ ଭୁଜବଳ, ରବି ନାରାୟଣ ମହାନ୍ତି, ଅର୍ଜୁନ ରଣା, ପୁଣ୍ଡରିକ ଦୁବେ, ସୁବାସ ଦାସ, ସୁବାସ ଚନ୍ଦ୍ର ସୁନା, ସୁଦର୍ଶନ ବାରିକ, ଲୋକନାଥ ଶତପଥୀ, ପ୍ରତାପ ଚିନରା, ଶଙ୍କର ବେହେରା, ମନୋରଞ୍ଜନ ସାହୁ, ବିଜୟ ଜେନା, ବିକ୍ରମ ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖିଥିଲେ ଓ ନିର୍ମାଣ ଶ୍ରମିକଙ୍କ ନ୍ୟାୟୋଚିତ ଦାବି ହାସଲ ନିମନ୍ତେ ଆହ୍ୱାନ ଦେଇଥିଲେ । ଓଡ଼ିଶା ସମାଚାର

 

About admin

Check Also

କରିଲୋପାଟଣା ରାଜସ୍ୱ ନିରୀକ୍ଷକଙ୍କୁ ଗାଳି ଗୁଲଜ , ପାଟକୁରା ଥାନାରେ ମାମଲା

ମାର୍ଶାଘାଇ , ୦୫/୦୭/୨୦୨୨(ଓଡ଼ିଶା ସମାଚାର)- ମାର୍ଶାଘାଇ ତହସିଲ ଅନ୍ତର୍ଗତ କରିଲୋପାଟଣା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଗତ ୨୭ ତାରିଖରେ ଏକ …

Leave a Reply

Your email address will not be published. Required fields are marked *