ମାହାଙ୍ଗା, ୨୫/୦୫/୨୦୨୨ (ଓଡିଶା ସମାଚାର /ଅଭୟ ଜେନା )- କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ କୁମୁଡ଼ା ଜୟପୁର ଫାଣ୍ଡି ଅଧୀନ କଲ୍ୟାଣପୁର ଗ୍ରାମରେ ଡକାୟତି କରୁଥିବା ବେଳେ ଗ୍ରାମବାସୀ ମାନେ ଡକାୟତ କୁ କାବୁ କରି ନିସ୍ତୁକ ମାଡ଼ ମାରିବା ସହ ମାହାଙ୍ଗା ପୋଲିସ କୁ ହସ୍ତାନ୍ତର କରିଥିଲେ।ଗତ କାଲି ବିଳମ୍ବିତ ରାତିରେ ୪ ଜଣ ଡକାୟତ ଫକିର ଚରଣ ମହାନ୍ତି ଙ୍କ ଘରେ ଗ୍ରିଲ ତାଡି ଡକାୟତି କରୁଥିବା ସମୟରେ ଗ୍ରାମବାସୀ ମାନେ ଖବର ପାଇ ଉକ୍ତ ଘରକୁ ଘେରାଉ କରିବା ସହ ଜଣକୁ ଧରିବାକୁ ସକ୍ଷମ ହୋଇଥିଲେ।ଧରାପଡିଥିବା ଡକାୟତ ଜଣକ ଛାତ ଉପରୁ ଡେଇଁ ଖସିବାକୁ ଉଦ୍ୟମ କରୁଥିବା ବେଳେ ଲୋକମାନେ ତାକୁ ମାଡିବସି ଜୟପୁର ଫାଣ୍ଡି ପୋଲିସ ଜିମା ଦେଇଥିଲେ,ଅନ୍ୟ ୩ ଜଣ ଚତୁରତାର ସହ ଘଟଣାସ୍ଥଳରୁ ଖସି ଯାଇଥିଲେ। ଧରା ପଡ଼ିଥିବା ଦୁର୍ବୃତ୍ତ ଜଣକ ସାଲେପୁର ଥାନା ରାଇସୁଙ୍ଗୁଡ଼ା ର ମଢ଼ଙ୍ଗା ଗ୍ରାମର ଲିପୁନ୍ ସିଂ ବୋଲି ଜଣାପଡିଛି । ତାକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରି ଥିବା ବେଳେ, ଖସି ଯାଇଥିବା ଅନ୍ୟ ୩ ଜଣ ଡକାୟତ କୁ ପୋଲିସ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ଓଡିଶା ସମାଚାର