ମୟୂରଭଞ୍ଜ ୨୫/୦୫/୨୦୨୨( ଓଡ଼ିଶା ସମାଚାର )- ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଗ୍ରାମାଞ୍ଚଳ ଥାନା ହାଟବାଦଡାରେ ସକାଳ ପ୍ରାୟ ୭ଟାରେ ଗୁଳିକାଣ୍ଡ ଘଟିଛି। ଗୁଳିମାଡରେ ଜଣେ ଗୋରୁ ବ୍ୟବସାୟୀଙ୍କର ମୃତ୍ୟୁ ହୋଇଛି। ମୃତବ୍ୟକ୍ତି ହେୁଛନ୍ତି ପଶ୍ଚିମବଙ୍ଗ କମ୍ବାଲି ଥାନା ଅଞ୍ଚଳର ଜାମୁସ ଅଲ୍ଲୀ। ହାଟବାଦଡା ଗୋରୁ ହାଟ କୁ ପଶ୍ଚିମବଙ୍ଗ ଅଞ୍ଚଳର ଅନେକ ବ୍ୟବସାୟୀ ଗୋରୁ କିଣିବା ପାଇଁ ଆସନ୍ତି। ଆଜି ବୁଧବାର ସକାଳ ପ୍ରାୟ ୭ଟାରେ ହାଟବାଦଡା ଗୋରୁ ହାଟରେ ବ୍ୟବସାୟ ଚାଲିଥିବାବେଳେ ହଠାତ ୪ଜଣ ଦୁର୍ବୃତ୍ତ ୨ଜଣ ବ୍ୟବସାୟୀଙ୍କ ଉପରକୁ ଗୁଳି ମାଡ଼କରି ସେମାନଙ୍କ ନିକଟରୁ ପ୍ରାୟ ୨୦ ଲକ୍ଷ ଟଙ୍କା ଲୁଟ କରିଛନ୍ତି। ଦୁର୍ବୃତ୍ତ ମାନେ ପ୍ରାୟ ୩ ରାଉଣ୍ଡ ଗୁଳି ମାଡ଼କରିଛନ୍ତି। ଗୁଳିମାଡ ପରେ ସମ୍ପୃକ୍ତ ବ୍ୟବସାୟୀ ତଳେ ପଡିଯାଇଥିଲେ। ଗୁଳିଟି ତାଙ୍କ ଛାତିରେ ବାଜିଥିବା ଅନୁମାନ କରାଯାଉଛି। ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ବ୍ୟବସାୟୀଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ବ୍ୟକ୍ତି ଜଣକଙ୍କୁ ଗୁଳି ବାଜି ନଥିବାରୁ ସେ ରକ୍ଷା ପାଇଯାଇଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।ଓଡ଼ିଶା ସମାଚାର