କଟକ ସଦର, ୨୫/୦୫/୨୦୨୨( ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ଅଞ୍ଚଳର ଗାନ୍ଧୀ ଭାଵେ ପରିଚିତ ଓଡ଼ିଶାର ପ୍ରଥମ ରାଜଵନ୍ଦୀ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ,ପୂର୍ଵତନ ମନ୍ତ୍ରୀ ସ୍ୱର୍ଗତ ରାଜକୃଷ୍ଣ ବୋଷ ଙ୍କ ମଧ୍ୟମ ପୁତ୍ର ଗୋପାଲ ଦା ଓରଫ ଶିଵକୃପା ଵୋଷଙ୍କର ୮୬ ଵର୍ଷ ଵୟସରେ ଆଜି ବୁଧବାର କଟକର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ଜଣାପଡିଛି।ଏହା ପୂର୍ବରୁ ତାଙ୍କର କନିଷ୍ଠ ଓ ପରେ ଜ୍ୟେଷ୍ଠ ଭାଇଙ୍କର ମୃତ୍ୟୁ ହୋଇଥିଲା। ସ୍ୱର୍ଗତ ଵୋଷ ସଦାସର୍ବଦା ଯୋଗ ଓ ପ୍ରାଣାୟାମ କରି ନିଜକୁ ମୃତ୍ୟୁ ପର୍ୟ୍ୟନ୍ତ ଫିଟ୍ ରଖିଥିବା ବେଳେ ଅନ୍ୟ ମାନଙ୍କୁ ଏହା କରିଵାକୁ ପରାମର୍ଶ ଦେଉଥିଲେ। ଅଞ୍ଚଳରେ ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ କରିବା ତାଙ୍କର ଏକ ରୁଚି ଥିଲା।ତାଙ୍କ ମୃତ୍ୟୁ ଖଵର ଜଣାପଡିଵା ପରେ ପୈତୃକ ଗ୍ରାମ ରାମଚନ୍ଦ୍ର ପୁର ସମେତ ସମଗ୍ର କିଶନନଗର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଓଡ଼ିଶା ସମାଚାର