Friday , March 31 2023
Home / ବିଶେଷ / ସରକାରୀ ଜାଗା ଜବର ଦଖଲ ଓ ଗଛକଟା ଅଭିଯୋଗ 

ସରକାରୀ ଜାଗା ଜବର ଦଖଲ ଓ ଗଛକଟା ଅଭିଯୋଗ 

ଗରଦପୁର,୨୪/୦୫/୨୦୨୨( ଓଡ଼ିଶା ସମାଚାର )- ମଧୁଶାସନ ପଂଚାୟତ ଅନ୍ତର୍ଗତ ମକନ୍ଦର ଗ୍ରାମ ରେ ଥିବା ଏକ ସରକାରୀ ପୋଖରୀ ଅଛି । ଏହି ପୋଖରୀ ବନ୍ଧ ଦେଇ ବ୍ରାହ୍ମଣ ସାହିର ଲୋକମାନେ ବଂଶାନୁକ୍ରମିକ ଭାବରେ ଯାତାୟତ କରି ଆସୁଛନ୍ତି । ମୁଖ୍ୟ ରାସ୍ତାକୁ ଯିବା ପାଇଁ ମକନ୍ଦରବାସୀଙ୍କର ଅନ୍ୟ କୌଣସି ବିକଳ୍ପ ରାସ୍ତା ନାହିଁ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ମକନ୍ଦର ଗ୍ରାମର ଜନୈକ ବ୍ୟକ୍ତି ସେଠାରେ ତାଙ୍କର ଥିବା ଜମିକୁ ମିଶାଇ ଏହି ସରକାରୀ ଚଲା ପଥକୁ ଅବରୋଧ କରିଛନ୍ତି । ସିମେଂଟ ଖୁଂଟ ଓ ଲୁହା ତାର ଜାଲି ବୁଲାଇ ଅବରୋଧ କରାଯାଇଛି । ଯାହା ଫଳରେ ମକନ୍ଦର ଗ୍ରାମର ବ୍ରାହ୍ମଣ ସାହି ଲୋକମାନେ ଯାତାୟତ କରିବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ସମ୍ପର୍କରେ ପ୍ରତିବାଦ କରିବାରେ ସମ୍ପୃକ୍ତ ବ୍ୟକ୍ତି ଗ୍ରାମବାସୀଙ୍କୁ ଧମକ ଚମକ ଦେବା ସହ ଏହି ରାସ୍ତାକୁ ସେ ସରକାରଙ୍କ ଠାରୁ ହାତେଇ ନେଇଥିବା ଦୃଢ଼ୋକ୍ତି ପ୍ରକାଶ କରୁଛନ୍ତି  ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏପରିକି ଆମ୍ବୁଲାନ୍ସ ଟିଏ ଗାଁ ରେ ପହଂଚିବା ପାଇଁ ବାଟ ନଥିବା କଥା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଥିସହିତ ଏହି ରାସ୍ତା ରେ ଥିବା ଏକ ବଡ଼ ଚାକୁଣ୍ଡା ଗଛକୁ ଜନୈକ ବ୍ୟକ୍ତି କାଟି ନେଇଥିବା ମଧ୍ୟ ଗତକାଲି ଜିଲାପାଳଙ୍କ ଜନ ଶୁଣାଣି ଶିବିରରେ ଗ୍ରାମବାସୀଙ୍କ ସମେତ ଯୁବ ସମାଜସେବୀ ତନ୍ମୟ ଶ୍ରୀକାନ୍ତ ତ୍ରିପାଠୀ ଅଭିଯୋଗ କରିଥିଲେ । ସରକାରୀ ଯାଗା ଓ ଗଛ କଟା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ କରି ୧୦ ଦିନ ଭିତରେ ଦୃଢ଼ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବାକୁ ଜିଲାପାଳ ଅମି୍ରିତ ଋତୁରାଜ ଗରଦପୁର ତହସିଲଦାର ସନ୍ତୋଷ କୁମାର ସାହୁଙ୍କୁ ନିର୍ଦ୍ଧେଶ ଦେଇଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.