Friday , March 31 2023
Home / ବିଶେଷ / ଭୁବନ ବ୍ଲକର ଅପହଂଚ ଇଲାକା ଦଧିସିଂହା ଓ ଅରିଲୋ ଗ୍ରାମ ପରିଦର୍ଶନ କଲା ପ୍ରଶାସନ

ଭୁବନ ବ୍ଲକର ଅପହଂଚ ଇଲାକା ଦଧିସିଂହା ଓ ଅରିଲୋ ଗ୍ରାମ ପରିଦର୍ଶନ କଲା ପ୍ରଶାସନ

ଭୁବନ ୨୪/୦୫/୨୦୨୨( ଓଡ଼ିଶା ସମାଚାର )- ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ  ବାଲିବୋ ପଂଚାୟତର ନଦୀ ନାଳ,  ବିଲ ମାଳ ଘେରା ସୀମାନ୍ତ ଗାଁ ହେଉଛି ଦଧିସିଂହା ଓ ଅରିଲୋ  । ଯେଉଁଠି କି ସାଧାରଣ ଜନତା ପାଦରେ ଚାଲି ଯିବା ସମ୍ଭବ ନୁହେଁ  । ବର୍ଷ ସାରା ନଦୀ ସାଜେ ବାଧକ  । ଅନ୍ୟ ପଟେ ବିଲମାଳ  । ଫଳରେ ଏହି ଗାଁକୁ ସ୍ୱାଧିନତାର ୭୩ ବର୍ଷ ପର୍ଯ୍ୟନ୍ତ ଆଜିଯାଏ କୌଣସି ନେତାଙ୍କ ପାଦ ପଡିନଥିଲା ।  ପ୍ରଥମ ନେତା ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ ଏହି ଗାଁକୁ ଗସ୍ତ କରିବା ସହ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିଥିଲେ । ଜିଲ୍ଲାପାଳ ଙ୍କ ନିର୍ଦ୍ଧେଶ କ୍ରମେ ଲୋକଙ୍କ ସମସ୍ୟା ବୁଝିବା ପାଇଁ ବିଡିଓ ଆଶୀର୍ବାଦ ପରିଡା,ତହସିଲଦାର ଡଃ ରୋଜାଲିନ ବେହେରା,ଏମ.ଆଇ ବେଢା ବେସ୍ରା ,ଆଇ ସି ଡି ଏସ ସୁପରଭାଇଜର ସୋନାଲି ସାହୁ, ଅଭିମନ୍ୟୁ ସାହୁ,ବିଶ୍ୱଜିତ ସାହୁ, ପ୍ରିୟଦର୍ଶିନୀ ଦାସ,ବାଲିବୋ ସରପଂଚ ଶୁଭସ୍ନିଗ୍ଧା ବାରିକ,ରାଜସ୍ୱ ନିରୀକ୍ଷକ ପ୍ରଣତି ଭୋଇ ପ୍ରମୁଖ ପାଦରେ ଚାଲିଚାଲି ଅରିଲୋ,ଦଧିସିଙ୍ଗା ଗ୍ରାମରେ ପହଁଚି  ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟା ଯଥା ଗ୍ରାମକୁ ସବୁଦିନିଆ ରାସ୍ତା ନଥିବା,ଆଲୋକ,ପାନୀୟଜଳ ବ୍ୟବସ୍ଥା ହୋଇନଥିବା, ବାର୍ଦ୍ଧକ୍ୟ/ବିଧବା ଭତା ନମିଳବା , ଶବର ଜାତିରେ ଜନ୍ମ ହୋଇଥିଲେ ବି ଘରବାରି ପଟ୍ଟାରେ  ସଅର ଲେଖା ହୋଇଥିବାରୁ କୈଣସି ସରକାରୀ ସୁବିଧା ନମିଳିବା ସଂପର୍କରେ ଗ୍ରାମବାସୀ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ । ୫୩ ନମ୍ବର ଜାତୀୟ ରାଜପଥରୁ ଗ୍ରାମକୁ ବିଛିନ୍ନ କରୁଥିବା ରେଙ୍ଗାଳି କେନାଲ ଉପରେ ଏକ କଲଭର୍ଟ କରିବା ସହ କେନାଲ ରାସ୍ତାକୁ ପିଚୁ କରିବାକୁ ଗ୍ରାମବାସୀ ଦାବି କରିଥିଲେ । ଲୋକଙ୍କ ସମସ୍ୟା ସମାଧାନ କରିବାକୁ ପ୍ରଶାସନିକ ଅଧିକାରୀ ମାନେ ପ୍ରତିଶୃତି ଦେଇ ଫେରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.