ପୁରୀ, ୨୪/୦୫/୨୦୨୨( ଓଡ଼ିଶା ସମାଚାର )- ପୋଲିସ କୁ ଖୋଲା ଚାଲେଂଜ କରି ଜନଗହଳିପୂର୍ଣ୍ଣ ଏମାର ମଠ ନିକଟରେ ଜଣେ ସେବାୟତଙ୍କୁ ଗୁଳିମାଡ ହୋଇଚି। ଗୁଳିମାଡ଼ରେ ମୃତ ସେବାୟତ ହେଉଛନ୍ତି ତଳୁଛ ସାହିର ଶିବରାମ ପାତ୍ର। ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା ସୂଚନା ମିଳୁଛି। ଖବର ପାଇ ଘଟଣାସ୍ଥଳରେ ସିଂହଦ୍ଵାର, ଟାଉନ୍ ଥାନା ପୋଲିସ ସହ ଏସପି କନୱର ବିଶାଳ ସିଂ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଶିବରାମ ବାଇକ ଯୋଗେ ଘରୁ ଆସୁଥିବା ସମୟରେ ଦୁର୍ବୁତ୍ତମାନେ ଏମାର ମଠ ନିକଟରେ ତାଙ୍କ ମୁଣ୍ଡ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ହିଁ ଶିବାରାମ ଟଳି ପଡ଼ିଥିଲେ। ସେଠାରେ ତାଙ୍କର ବାଇକ ଓ ମୋବାଇଲ ବ୍ଲୁ ଟୁଥ୍ ପଡିଛି । ତେବେ ଗୁଳି ମାଡ କରିଥିବା ଅଭିଯୁକ୍ତ ଚନ୍ଦନ ବାରିକକୁ ପୋଲିସ ତୁରନ୍ତ ହେପାଜତକୁ ନେଇ ଅଟକ ରଖିଥିବା ବେଳେ ତା ଠାରୁ ଗୋଟିଏ ବନ୍ଧୁକ ଜବତ କରାଯାଇଛି।
ସେହିପରି ଗୁଳିମାଡ଼ ଘଟଣାର କିଛି ସମୟ ପରେ ବଡ଼ଦାଣ୍ଡ ମାଉସୀ ମା ମନ୍ଦିର ସମ୍ମୁଖରେ ଲୋକନାଥ ରୋଡ ଷଣ୍ଢ ଯାଗା ଅଞ୍ଚଳର ସୂର୍ୟ୍ୟନାରାୟଣ ତ୍ରିପାଠୀଙ୍କୁ ଛୁରା ମାଡ଼ ହୋଇଛି । ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ପ୍ରଥମେ ପୁରୀ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି। ଛୁରା ମାଡ଼ର କାରଣ ଜଣାପଡ଼ିନାହିଁ । ଓଡ଼ିଶା ସମାଚାର