Sunday , October 1 2023
Home / ବିଶେଷ / ପାଇକା ନଦୀ ଖାଉଛି ବାମରା ନଦୀ ପଠା ପଥର ପ୍ୟାକିଂ ଦାବି 

ପାଇକା ନଦୀ ଖାଉଛି ବାମରା ନଦୀ ପଠା ପଥର ପ୍ୟାକିଂ ଦାବି 

ଗରଦପୁର,୨୪/୦୫/୨୦୨୨( ଓଡ଼ିଶା ସମାଚାର )- ଗରଦପୁର ବ୍ଲକ୍ ଅନ୍ତର୍ଗତ ବାମରା ଠାରେ ପାଇକା ନଦୀ ଅତଡ଼ା ଧସୁଛି । ସେଠାରେ ଚାଷ ଜମିରୁ ମୃତିକା କ୍ଷୟ ହେବା ସହିତ ବାମରା ନଦୀ ବନ୍ଧ ପ୍ରତି ମଧ୍ୟ ବିପଦ ସୃଷ୍ଟି ହେବା ଆଶଙ୍କା ରହିଛି । ପାଇକା ବାମ ପାଶ୍ୱର୍ ର ଏହି ନଦୀ ବନ୍ଧ ପାଟକୁରା ଜଳ ସମ୍ପଦ ବିଭାଗରେ ରହିଛି । ଏହି ଠାରେ ପଥର ପ୍ୟାକିଂ କରିବା ପାଇଁ ଗତକାଲି ଗରଦପୁର ଠାରେ ଚାଲିଥିବା ଜିଲାପାଳଙ୍କ ଜନ ଶୁଣାଣି ଶିବିରରେ ଗ୍ରାମବାସୀଙ୍କ ପକ୍ଷରୁ ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷା ସ୍ୱର୍ଣ୍ଣପ୍ରଭା ସେଠୀଙ୍କ ପ୍ରତିନିଧି ଦିଲିପ କୁମାର ସେଠୀ ଜିଲାପାଳ ଶ୍ରୀ ଅମ୍ରିତ ଋତୁରାଜଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଭାଗୀୟ ଅନୁସନ୍ଦାନ କରାଯାଇ ବ୍ୟୟ ଅଟକଳ ସହିତ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପାଟକୁରା ଜଳ ସମ୍ପଦ ବିଭାଗ କୁ ଜିଲାପାଳ ଶ୍ରୀ ଋତୁରାଜ ନିର୍ଦ୍ଧେଶ ଦେଇଥିଲେ । ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ପ୍ରକଳ୍ପ ଉପରେ ଗୁରୁତ୍ୱାରୋପ କରିଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *