Friday , September 29 2023
Breaking News
Home / ବିଶେଷ / ପଳସୁଧାର ନାବାଳିକା କନ୍ଧମାଳରୁ ଉଦ୍ଧାର

ପଳସୁଧାର ନାବାଳିକା କନ୍ଧମାଳରୁ ଉଦ୍ଧାର

ଗରଦପୁର,୨୪/୦୫/୨୦୨୨( ଓଡ଼ିଶା ସମାଚାର )- ପାଟକୁରା ଥାନା ଅନ୍ତର୍ଗତ ପଳସୁଧା ଗ୍ରାମର ସଂଖ୍ୟାଲଘୁ ସମ୍ପ୍ରଦାୟର ନାବାଳିକା କନ୍ୟା ଛଦ୍ମନାମ ରୋସ୍ନା (୧୬) କୁ ପାଟକୁରା ପୋଲିସ କନ୍ଧମାଳରୁ ଉଦ୍ଧାର କରିଛି । ଏଥି ସହିତ ଅପହରଣକାରୀ ଯୁବକଙ୍କୁ ପୋଲିସ ଗିରଫ କରିଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ ରୋସ୍ନା ୧୦ ମ ଶ୍ରେଣୀରେ ପାଠ ପଢ଼ୁଥିଲେ । ଗତ ୩ମାସ ହେଲା କନ୍ଧମାଳର ଜଣେ ସମ୍ପର୍କୀୟ ଯୁବକ ରାଜେସ ଦିଗାଲ ରୋସ୍ନାଙ୍କୁ ଶିଖାଇ ଅପହରଣ କରି ନେଇଥିଲା । ଏ ସମ୍ପର୍କରେ ରୋସ୍ନାଙ୍କ ପିତା ପାଟକୁରା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି କନ୍ଧମାଳରେ ଚଢ଼ାଉ କରି ରୋସ୍ନା କୁ ଉଦ୍ଧାର କରି ଆଣିବା ସହିତ ରାଜେସ କୁ ଗିରଫ କରିଛନ୍ତି । ଝିଅର ଡ଼ାକ୍ତର ମାଇନା କରାଯାଇ କୋର୍ଟରେ ହାଜର କରାଯିବା ସହିତ କୋର୍ଟ ଙ୍କ ନିର୍ଦ୍ଧେଶ ରେ କୋରୁଆସ୍ଥିତ ସୁଧାର ଆଶ୍ରମରେ ରଖାଯାଇଛି । ରାଜେସ କୁ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ।ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *