ଗରଦପୁର,୨୪/୦୫/୨୦୨୨( ଓଡ଼ିଶା ସମାଚାର )- ଭଗବାନପୁର ପଂଚାୟତ କାର୍ଯ୍ୟାଳୟର ପାଇଖାନା ରୁ ଏକ ୫ ଫୁଟ ର ବିଷଧର ଗୋଖର ସାପ ଉଦ୍ଧାର କରାଯାଇଛି । ଗତକାଲି ପଂଚାୟତ କାର୍ଯ୍ୟାଳୟରେ ସରପଂଚ ଙ୍କ ଉସ୍ଥିତିରେ ମନରେଗା ଯୋଜନାର କେତେଜଣ ହିତାଧିକାରୀ କାର୍ଯ୍ୟରତ ଥିଲେ । ଜଳ ଜୀବନ ମିଶନ୍ ସମ୍ପର୍କରେ ମଧ୍ୟ ଏକ ଆଲୋଚନା ଥିଲା । ପଂଚାୟତ କାର୍ଯ୍ୟାଳୟ ସଫେଇ କରାଯାଉଥିବାବେଳେ ପଂଚାୟତ ପାଇଖାନା ଗୃହରେ ପ୍ୟାନ୍ ଉପରେ ଏକ ବିଷଧର ଗୋଖର ସାପ ଫଣା ଟେକି ରହିଥିବା ଦେଖାଯାଇଥିଲା । ଖବର ପାଇ ସାପ ଧରାଳି ତଥା ଶିକ୍ଷକ ନାରଣ କାଣ୍ଡି ଙ୍କୁ ଖବର ଦିଆଯାଇଥିଲା । ସାପ ଦରାଳି ଶ୍ରୀ କାଣ୍ଡି ସେଙ୍ଗ ସେଙ୍ଗ ପଂହଂଚି ସାପକୁ ଉଦ୍ଧାର କରି କୁଦାନଗରିସ୍ଥିତ ଗ୍ରାମ୍ୟ ଜଙ୍ଗଲରେ ଛାଡ଼ି ଦେଇଥିଲେ । ଓଡ଼ିଶା ସମାଚାର