Sunday , March 26 2023
Breaking News
Home / ରାଜନୀତି / ଦଳ ଵାହାର କରିଵା ପୂର୍ବରୁ ଵିଜୁ ଜନତା ଦଳରୁ ଵାହରି ଗଲେ ପଞ୍ଚାୟତ ସଭାପତି

ଦଳ ଵାହାର କରିଵା ପୂର୍ବରୁ ଵିଜୁ ଜନତା ଦଳରୁ ଵାହରି ଗଲେ ପଞ୍ଚାୟତ ସଭାପତି

କଟକ ସଦର, ୨୪/୦୫/୨୦୨୨( ଓଡ଼ିଶା ସମାଚାର /ଵିଷ୍ଣୁ ଵେହେରା): କଟକ ସଦର ଅନ୍ତର୍ଗତ ସୋମପୁର ପଞ୍ଚାୟତ ସଵୁ ସମୟରେ ଚର୍ଚ୍ଚାରେ ରହିଆସିଥିଵା ବେଳେ ଏଵେ ଵିଜେଡି ଦଳ ବିରୋଧୀ କାର୍ଯ୍ୟ ପାଇଁ ପଞ୍ଚାୟତ ସଭାପତି ଅଶୋକ କୁମାର ବେହେରାଙ୍କୁ ଦଳରୁ ବାହାର କରିଵା ପୂର୍ବରୁ ଅଶୋକ ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି ପ୍ରମୋଦ ମହାପାତ୍ର ଙ୍କ ନିକଟକୁ ପଠାଇ ଦଳରୁ ଵାହାରି ଯାଇଥିବା ଜଣାପଡିଛି।ଏହା ଜଣାପଡିଵା ପରେ ଅଶୋକଙ୍କ ଵିରୋଧି ଖୁସି ଵ୍ୟକ୍ତ କରୁଥିଵା ଵେଳେ ଅନ୍ୟମାନଙ୍କ ମଧ୍ୟରେ ଚର୍ଚ୍ଚା ଯୋର ଧରିଛି।ପ୍ରକାଶ ଯେ ଗତ କିଛି ଦିନ ହେଲା ଦଳ ତାଙ୍କୁ କୋଣଠେସା କରି ଅଣଦେଖା କରୁଥିଵା ଅଶୋକ ଅଭିଯୋଗ କରିଆସୁଥିବା ବେଳେ ଅଶୋକ ଦଳ ବିରୋଧୀ କାର୍ଯ୍ୟ କରୁଥିବା ନେଇ ଵିଜେଡି ଚିନ୍ତା ପ୍ରକଟ କରୁଛି ଵୋଲି ସଦର ବିଜେଡି ସଭାପତି ପ୍ରମୋଦ ମହାପାତ୍ର କହିଛନ୍ତି।ତେଵେ କଂଗ୍ରେସରୁ ଆସିଥିବା ଅଶୋକ ପୁଣି କଂଗ୍ରେସକୁ ଫେରିଯିବା ସମ୍ଭାବନା ଅଧିକ ରହିଛି ବୋଲି ତାଙ୍କ ନିକଟତମ ମହଲରୁ ଶୁଣିଵାକୁ ମିଳିଛି। ଓଡ଼ିଶା ସମାଚାର

 

Leave a Reply

Your email address will not be published.