ଗରଦପୁର,୨୪/୦୫/୨୦୨୨( ଓଡ଼ିଶା ସମାଚାର )- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ସରକାରୀ ଫଜଲହକ୍ ହାଇସ୍କୁଲ ରେ ମଙ୍ଗଳବାର ଦିନ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ଓ ନିରାପତା ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁଚରିତା ଲେଙ୍କା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୋରୁଆ ଦମକଳ କେନ୍ଦ୍ର ର ଫାୟାର ଅଫିସର ପ୍ରମୋଦ କୁମାର ମଲିକ୍ ଯୋଗଦେଇ ପହଁରା ଯାଣିନଥିଲେ ଗଭୀର ଜଳକୁ ନଯିବା, କେହି ନଦୀ ବା ପୁଷ୍କରିଣୀରେ ବୁଡ଼ି ଯାଉଥିଲେ ତାଙ୍କୁ କିପରି ଉଦ୍ଧାର କରାଯାଇ ପାରିବ, ରୋଷେଇ କରିବା ବେଳେ ଯଦି ନିଆଁ ଲାଗିଯାଏ ତେବେ ନିଆଁକୁ କିପରି ଆୟତ କରାଯାଇ ପାରିବ, ଗ୍ୟାସ ଚୁଲାରେ ରୋଷେଇ କରିବା ସମୟରେ ଗ୍ୟାସ ସିଲିଣ୍ଡର ରେ ନିଆଁ ଲାଗିଗଲେ କିପରି ନିଆଁକୁ ତୁରନ୍ତ ଲିଭାଯାଇ ପାରିବ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇବା
ସହିତ ଏହାର କୌଶଳ ପ୍ରଦର୍ଶନ କରିଥିଲେ । ସେହିପରି ତେଣ୍ଡାକୁଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ାକ୍ତର ପ୍ରମୋଦ କୁମାର ନାୟକ ଯୋଗଦେଇ କାହାକୁ ସାପ କାମୁଡ଼ି ଦେଲେ, କେହି ଦୂର୍ଘଟଣାଗ୍ରସ୍ତ ହେଲେ, କେହି ବିଷ ଖାଇଦେଲେ ଆଦି ବିଭିନ୍ନ ସମୟରେ କିପରି କଣସବୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇ ପାରିବ ଓ ସେମାନଙ୍କୁ କିପରି ସାହାଯ୍ୟ କରାଯାଇ ପାରିବ, ସେ ସମ୍ପର୍କରେ ବିଷଦ ଭାବେ ବୁଝାଇବା ସହିତ କରୋନା ମହାମାରୀ ସମେତ ଅନ୍ୟ ଭୁତାଣୁରୁ ରକ୍ଷା ପାଇବା ପାଇଁ ସାନିଟାଇଜର ର ପ୍ରକୃତ ବ୍ୟବହାର ବିଧି, ବାଇକ୍ ରେ ଗଲାବେଳେ ହେଲମେଟ ପିନ୍ଧିଲେ କିପ୍ରକାର ଲାଭ ମିଳିବ ସେ ସମ୍ପର୍କରେ ଚାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ । ସେହିପରି
ତେଣ୍ଡାକୁଡ଼ା ପଂଚାୟତର ସମିତି ସଭ୍ୟ ବାସୁଦେବ ବେହେରା ଯୋଗ ଦେଇ ବନ୍ୟା , ବାତ୍ୟା ସମୟରେ ନିଯେ ରକ୍ଷା ପାଇବା ସହିତ ଅନ୍ୟକୁ ସୁରକ୍ଷିତ ରଖିବା ପାଇଁ କିପରି ସାହାଯ୍ୟ କରାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ରବିନ୍ଦ୍ରନାଥ ଦାସ, କଦମଛନ୍ଦା କ୍ଲଷ୍ଟର ସିଆରସିସି ବିଜୟ କୁମାର ରାଉତ ଓ ଶିକ୍ଷକ ଅନାଦି ଚରଣ ସାହୁ ବନ୍ୟା, ବାତ୍ୟା , ମହାମାରୀ ଆଦି ପ୍ରାକୃତିକ ବିପର୍ଯ୍ୟୟ ଓ ତାହାର ପରିଚାଳନା ଯଥା : ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଶ୍ରୟ ସ୍ଥଳକୁ ଯିବା ସମୟରେ ଜରୁରୀ ଆବଶ୍ୟକ ଜିନିଷ ପତ୍ର, ଲୁଗାପଟା, ଜରୁରୀ କାଗଜ ପତ୍ର ଆଦି ସାଙ୍ଗରେ ନେବା, ସତର୍କ ରହି ନିଯେ ସୁରକ୍ଷିତ ରହିବା ସହିତ ଅନ୍ୟକୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ଉପାଦେୟ ଆଲୋଚନା କରିଥ୍ôଲେ । ଶିକ୍ଷକ ବାଦଲ କୁମାର ବେହେରା,ଜଗନ୍ନାଥ ଦାସ, ଏକ୍ରାମୁଲ ହକ୍ , ଅବ୍ଦୁଲ ୱାହିଦ୍ ,ତାପସ କୁମାର ମହାନ୍ତି, ମୁନା ଖଟୁଆ,ବୈଜୟନ୍ତୀ ଜେନା,ଏଲଟିକ୍ସ ପଟ୍ଟନାୟକ,ସୁଚିସ୍ମିତା ସାହୁ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର
