ଗରଦପୁର,୨୪/୦୫/୨୦୨୨( ଓଡ଼ିଶା ସମାଚାର )- ଗରଦପୁର ବ୍ଲକ୍ ସଭା କକ୍ଷରେ ଆୟୋଜିତ ଉନ୍ନୟନ ମୂଳକ ସମୀକ୍ଷା ବୈଠକରେ ଜିଲାପାଳ ଅମ୍ରିତ ଋତୁରାଜ ଅଧ୍ୟକ୍ଷତା କରିଥିଲେ । ଏଥିରେ ବ୍ଲକ୍ ଅଧ୍ୟକ୍ଷ ଅଭୟ କୁମାର ମହାରାଜ, ବିଡ଼ିଓ ରଂଜିତ କୁମାର ମଲିକ୍, ପ୍ରକଳ୍ପ ନିର୍ଦ୍ଧେଶକ ରାଜେନ୍ଦ୍ର କୁମାର ପଣ୍ଡା, ଏପିଡ଼ି ମନ୍ଦରଧର ମାହାଳିକ ଉପସ୍ଥିତ ଥିଲେ । ବୈଠକରେ ଗରଦପୁର ବ୍ଲକ୍ ର ୧୮ ଟି ପଂଚାୟତର ସରପଂଚମାନେ ଯୋଗଦେଇ ସମୀକ୍ଷା ବୈଠକରେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବୈଠକ ପ୍ରାରମ୍ଭ ରେ ଜିଲାପାଳ ଶ୍ରୀ ଋତୁରାଜ ନବ ନିର୍ବାଚିତ ସରପଂଚ ମାନଙ୍କ ସହିତ ବ୍ଲକ୍ ରେ କାର୍ଯ୍ୟକାରୀ ହେଉଥିବା ବିକାଶ ମୂଳକ ଯୋଜନା ଗୁଡ଼ିକ ସମ୍ପର୍କରେ ଆଳୋଚନା କରି ମାର୍ଗ ଦର୍ଶନ ଦେଇଥିଲେ । ପରେ ବିଭିନ୍ନ ଯୋଜନାର ସଫଳ ରୂପାୟନ ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସରପଂଚ ରଂଜନ ନାୟକ, ଗୀତାଂଜଳୀ ମହାନ୍ତି, ଅଭୟ କୁମାର ମଲ, ସନ୍ତୋଷ କୁମାର ମାହାଳୀ,ଅମିୟ କୁମାର ଜେନା,ପ୍ରଭାତ ନଳିନୀ ଜେନା,ଅମିତା ମାହାଳୀ,ଅନୁସୟା ବେହେରା,ବନଲତା ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ଏହା ପୂର୍ବରୁ ଜିଲାପାଳ ପାଖଡ଼ ପଂଚାୟତ କାର୍ଯ୍ୟାଳୟକୁ ଯାଇ ସେଠାରେ ଏକ ଜିମ ବ୍ୟାୟାମ ଶାଳାକୁ ଉଦଘାଟନ କରିଥିଲେ । ଓଡ଼ିଶା ସମାଚାର