Wednesday , July 6 2022
Breaking News
Home / ନିର୍ବାଚନ / ଖାଲି ପଡ଼ିଥିବା ୩ ଟି ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ, ଆଜି ଠାରୁ ନାମାଙ୍କନ ଦାଖଲ ଆରମ୍ଭ

ଖାଲି ପଡ଼ିଥିବା ୩ ଟି ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ, ଆଜି ଠାରୁ ନାମାଙ୍କନ ଦାଖଲ ଆରମ୍ଭ

ଭୁବନେଶ୍ୱର , ୨୪/୦୫/୨୦୨୨( ଓଡ଼ିଶା ସମାଚାର )- ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଲା । ଖାଲି ପଡିଥିବା ୩ ଟି ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଧାନସଭାର ରିଟର୍ଣ୍ଣିଂ ଅଫିସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ଓ ଆଜିଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ୩୧ତାରିଖ ରେ ନାମାଙ୍କନ ଦାଖଲର ଶେଷଦିନ ।ବିଧାନସଭା ସୌଧର ସମ୍ମିଳନୀ କକ୍ଷ ତଳ ମହଲାରେ ଶ୍ରୀ ବିଷ୍ଣୁ ପ୍ରସାଦ ମିଶ୍ର, ରିଟର୍ଣ୍ଣିଂ ଅଧିକାରୀ, ଶ୍ରୀ ଗଙ୍ଗାଧର ମଲିକ ସହାୟକ ରିଟର୍ଣ୍ଣିଂ ଅଧିକାରୀ ଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରାଯାଇ ପାରିବ । ଜୁନ୍ ପହିଲା ସାଢ଼େ ୧୧ ଟା ସମୟରେ ପ୍ରାର୍ଥିପତ୍ର ଯାଂଚ କରାଯିବ । ଜୁନ୍ ୩ ତାରିଖରେ ପ୍ରାର୍ଥି ପତ୍ର ପ୍ରତ୍ୟାହାର କରାଯାଇ ପାରିବ । ଯଦି ନିର୍ବାଚନ ପ୍ରତିଦ୍ୱନ୍ଦିତା ମୂଳକ ହେବ ତେବେ ଜୁନ୍ ୧୦ ତାରିଖ ସକାଳ ୯ ଟାରୁ ଅପରାହ୍ନ ୪ ଟା ମଧ୍ୟରେ ବିଧାନସଭା ସୌଧର ପ୍ରକୋଷ୍ଠ ନଂ -୫୪ ରେ ଭୋଟ ଗ୍ରହଣ କରାଯିବ । ଓଡ଼ିଶା ସମାଚାର

About admin

Check Also

ବର୍ଯ୍ୟବସ୍ତୁ ପୃଥକୀ କରଣ କେନ୍ଦ୍ର ଉଦଘାଟିତ 

ଗରଦପୁର,୦୫/୦୭/୨୦୨୨(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତଳକୁସୁମା ପଂଚାୟତସ୍ଥିତ ସିକଳ ଗ୍ରାମରେ କଠିନ ବର୍ଯ୍ୟବସ୍ତୁ ପୃଥକୀ କରଣ କେନ୍ଦ୍ରର ଉଦଘାଟନ …

Leave a Reply

Your email address will not be published. Required fields are marked *