Saturday , March 25 2023
Breaking News
Home / ଶିକ୍ଷା / ସ୍କୁଲଜମି ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ  ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ

ସ୍କୁଲଜମି ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ  ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ

ତାରପୁର, ୨୩/୦୫/୨୦୨୨( ଓଡ଼ିଶା ସମାଚାର )- ରଘୁନାଥପୁର ସ୍ଥିତ ସର୍ବପୁରାତନ ସ୍କୁଲ ପୂର୍ଣ୍ଣଚନ୍ଦ୍ର ବିଦ୍ୟାମନ୍ଦିରର ଜମି ଘଟଣାକୁ ନେଇ  କିଛି ପୁରାତନ ଛାତ୍ର ଆଜି ସ୍କୁଲ ସମ୍ମୁଖରେ ଏକ ପ୍ରତିବାଦ ସଭା କରୁଥିବା ଦେଖା ଯାଇଥିଲା । ଏହି ସଭା ପରେ ପ୍ରତିବାଦୀମାନେ ମିଳିତ ଭାବେ ରାଲିରେ ଯାଇ  ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ରଘୁନାଥପୁର ବିଡିଓଙ୍କୁ ଏକ ଦାବିପତ୍ର ଦେଇଥିଲେ । ଦାବି ମୁତାବକ ରଘୁନାଥପୁର ମୌଜାର ଖାତା ନଂ ୫୪୧ରେ ଥିବା ପ୍ଲଟ ନଂ ୪୩୬,୪୪୨,୪୪୫,୪୪୬ ଗୁଡିକ ଅତୀତରେ ସ୍କୁଲ ନାମରେ କିଣା ଯାଇଥିବା ବେଳେ ତରଫରେ ତତକାଳିନ ପ୍ରଧାନଶିକ୍ଷକ ସ୍ୱର୍ଗତ ଲକ୍ଷ୍ମୀକାନ୍ତ ସେନ ରହିଥିଲେ । ତେବେ ତାଙ୍କ ଦେହାନ୍ତ ପରେ ଏହି ଜମିଗୁଡିକର ପଟ୍ଟାଧାରୀ ଭାବେ ତାଙ୍କ ପୁଅ ଭାସ୍ୱନ୍ତକାନ୍ତ ସେନଗୁପ୍ତା ଓ ଝିଅ ସୁଚରିତା ମିଶ୍ର ରହିଛନ୍ତି ଏବଂ ମନ୍ତବ୍ୟରେ ପୂର୍ଣ୍ଣଚନ୍ଦ୍ର ବିଦ୍ୟା ମନ୍ଦିର ଅବସ୍ଥିତ ବୋଲି ଉଲ୍ଲେଖ ରହିଛି । ଏହି ଜମି ଗୁଡିକ ସ୍କୁଲ ନାମକୁ ଆସିବା ପାଇଁ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେବା ପାଇଁ ଅନୁରୋଧ କରାଯାଇଅଛି । ତେବେ ଏ ସଂକା୍ରନ୍ତରେ ଜମିର ପଟ୍ଟାଧାରି ଡଃ ଭାସ୍ୱନ୍ତକାନ୍ତ ସେନଗୁପ୍ତାଙ୍କୁ ପଚାରିବାରୁ ଜମି ଗୁଡିକ ଉତରାଧିକାରି ସତ୍ୱରେ ଆମ୍ଭ ନାମକୁ ଆସିଛି ।ଦୀର୍ଘ ୬ ମାସ ଧରି ଏ ବିବାଦ ମୁଣ୍ଡ ଟେକିଥିବା ବେଳେ ମୋତେ ଯିଏ ଯେତେବେଳେ ଜମି ବିଷୟରେ ପଚାରିଛନ୍ତି,ଏହି ଜମିଗୁଡିକରେ ମୁଁ ପିଲାବେଳେ ଖେଳକୁଦ କରି ଆସିଛି ।ଏ ଗୁଡିକ ହଡପ କରିବା ପାଇଁ ମୋର କୌଣସି ଆଗ୍ରହ ନାହିଁ । ସରକାରୀ ସ୍ତରରେ ଏହାର ସଂଶୋଧନ କରାଯାଇ ସ୍କୁଲ ନାମକୁ ଚାଲିଗଲେ ମୋର କୌଣସି ଆପତି କିମ୍ବା ଅଭିଯୋଗ ନାହିଁ ବୋଲି  ବାରମ୍ବାର କହିବା ସତ୍ୱେ କିଛି ଚକ୍ରାନ୍ତକାରୀ ମୋତେ ବଦନାମ କରିବା ପାଇଁ ପ୍ରଚାର ପତ୍ର ବାଂଟିବା,ମାଇକ ପ୍ରଚାର କରିବା ଏବଂ ପ୍ରତିବାଦ ସଭା କରିବା ଭଳି କାର୍ଯ୍ୟ କରି ମୋତେ ମାନସୀକ ଦୁଃଖ ଦେବା ସହ ମୋର ସମ୍ମାନ ହାନି କରିଛନ୍ତି । ସରକାରୀ ସ୍ତରରେ ସଂଶୋଧନ କରି ସ୍କୁଲ ନାମରେ ଜମିଗୁଡିକ ନେଲେ ମୋର କୌଣସି ଆପତି ନାହିଁ ଏବଂ ଏ ବାବଦରେ କେହି ମୋ ସହ ପୁନର୍ବାର କୌଣସି ଆଲୋଚନା ନକରିବା ପାଇଁ ଅନୁରୋଧ ଜଣାଇଛନ୍ତି ।ଏଥି ସହ ଅତିତରେ ସ୍କୁଲ ନାମରେ ଥିବା ଜମିଗୁଡିକକୁ ମାପ କରି ଜବରଦଖଲ କାରୀ ମାନଙ୍କୁ ଉଛେଦ କରିବା ପାଇଁ ସମସ୍ତେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.