ଭୁବନେଶ୍ୱର , ୨୩/୦୫/୨୦୨୨( ଓଡ଼ିଶା ସମାଚାର )- ସରିଲା କଳ୍ପନା ଜଳ୍ପନା । ଶରତ ପଟ୍ଟନାୟକ ଧରିବେ ଓଡ଼ିଶା କଂଗ୍ରେସ ମଙ୍ଗ । ଶରତ ପଟ୍ଟନାୟକଙ୍କୁ ନୂଆ ପିସିସି ସଭାପତି ଭାବେ ନିଯୁକ୍ତ କଲା ଏଆଇସିସି । ଦ୍ୱିତୀୟ ଥର ପାଇଁ ତାଙ୍କୁ ଏହି ଦାୟିତ୍ୱ ଦେଇଛି କଂଗ୍ରେସ୍ ।
ପୂର୍ବରୁ ରାଜ୍ୟ କଂଗ୍ରେସର ମଙ୍ଗ କିଏ ଧରିବ ସେ ନେଇ ଚର୍ଚ୍ଚା ଜୋର ଧରିଥିଲା । ବ୍ରଜରାଜନଗର ଉପନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସକୁ ନୂଆ ସଭାପତି ମିଳିବା ନେଇ କୁହାଯାଉଥିଲା । ଏନେଇ କଂଗ୍ରେସର ଚିନ୍ତନ ଶିବିର ବୈଠକ ମଧ୍ୟ ହୋଇଥିଲା ।
ସୂଚନା ଥାଉକି ୨୦୧୯ରୁ ପିସିସି ସଭାପତି ପଦରୁ ନିରଞ୍ଜନ ଇସ୍ତଫା ଦେଇଥିଲେ ମଧ୍ୟ ତାଙ୍କ ଇସ୍ତଫାକୁ ଗ୍ରହଣ କରାଯାଇନଥିଲା । ତେବେ ଏହାକୁ ମଧ୍ୟ ଗୃହୀତ କରାଯାଇଥିବା ଏଆଇସିସି ପକ୍ଷରୁ କୁହାଯାଇଛି । ଓଡ଼ିଶା ସମାଚାର