Wednesday , July 6 2022
Breaking News
Home / ତାଜା ଖବର / ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ଜଳିଗଲା ଆରକେଡି ସଂସ୍ଥାର ଗ୍ରେଡର ମେସିନ୍

ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ଜଳିଗଲା ଆରକେଡି ସଂସ୍ଥାର ଗ୍ରେଡର ମେସିନ୍

ବାଲିଗୁଡା,୨୩/୦୫/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ସର୍ଟ ସର୍କିଟ ହୋଇ ଜଳିଗଲା ଠିକା ସଂସ୍ଥାରେ ନିୟୋଜିତ ଗ୍ରେଡର ମେସିନ୍ । ସୂଚନା ପ୍ରକାରେ ସୋମବାର ସକାଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା କଞ୍ଜାମେଣ୍ଡି ଛକ ୫୯ ନମ୍ବର ଜାତୀୟ ରାଜପଥ କଡ଼ରେ ଆରକେଡି ନାମକ ଠିକା ସଂସ୍ଥାରେ ନିୟୋଜିତ ଏକ ଗ୍ରେଡର ମେସିନ୍ ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ହଠାତ୍ ସେଥିରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି । ସର୍ଟ ସର୍କିଟ ଯୋଗୁଁ ଗାଡ଼ିରେ ନିଆଁ ଲାଗିଯାଇଥିବା କହିଛନ୍ତି ଠିକା ସଂସ୍ଥାର କର୍ମଚାରୀ । ଖବରପାଇ ଘଟଣା ସ୍ଥଳରେ କ.ନୂଆଗାଁ ପୋଲିସ୍ ପହଞ୍ଚି ଦମକଳ ବାହିନୀକୁ ଖବର ଦେଇଥିଲେ ସୁଦ୍ଧା ବିଳମ୍ବରେ ପହଞ୍ଚିଥିଲା  । ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ସତ କିନ୍ତୁ ସେତେ ବେଳକୁ ଗାଡ଼ିଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ଜଣାପଡିଛି । ଓଡିଶା ସମାଚାର

About admin

Check Also

ଜଳିଗଲା ବସ୍ , ୪ ଜଣ ଯାତ୍ରୀ ଆହତ

ଭୁବନେଶ୍ୱର, ୦୪/୦୭/୨୦୨୨(ଓଡ଼ିଶା ସମାଚାର)- ଆଜି ଭୋର ସମୟରେ ‘ଲଳିତା’ ନାମକ ଏକ ଘରୋଇ ବସ୍ ଫୁଲବାଣୀରୁ ଭୁବନେଶ୍ୱର ଆସୁଥିଲା ବେଳେ …

Leave a Reply

Your email address will not be published. Required fields are marked *