Friday , March 31 2023
Home / ବିଶେଷ / ମା ଦୁର୍ଗାଦେବୀ ଡ୍ରାମାଟିକ ଆସୋସିଏସନ ପକ୍ଷରୁ ଏକଦିବସୀୟ ନାଟକ ପ୍ରଦର୍ଶିତ

ମା ଦୁର୍ଗାଦେବୀ ଡ୍ରାମାଟିକ ଆସୋସିଏସନ ପକ୍ଷରୁ ଏକଦିବସୀୟ ନାଟକ ପ୍ରଦର୍ଶିତ

ଭୁବନେଶ୍ୱର /ତିଗିରିଆ, ୨୩/୦୫/୨୦୨୨( ଓଡ଼ିଶା ସମାଚାର )- ଗ୍ରାମାଂଚଳର ଯୁବକମାନଙ୍କ ମଧ୍ୟରେ ସାଂସ୍କୃତିକ ବାତାବରଣ ସୃଷ୍ଟି କରିବା ପାଇଁ ତିଗିରିଆ ବ୍ଲକର ପାଂଚ ଗାଁ ଗ୍ରାମ ପଂଚାୟତର ଦଳେଇ ସାହିରେ ଗଠିତ ମା ଦୁର୍ଗାଦେବୀ ଡ୍ରାମାଟିକ ଆସୋସିଏସନ ଦୀର୍ଘ ବର୍ଷ ହେବ କାର୍ଯ୍ୟକରି ଆସୁଅଛି । ଗତ କାଲି ରାତି୍ରରେ ଆସୋସିଏସନ ପକ୍ଷରୁ ପାଂଚ ଗାଁ ଓ ପାଖ ଆଖ ଅଂଳର ଯୁବକମାନଙ୍କ ସହଯୋଗରେ ଗୁରୁ ପଦ୍ମଚରଣ ଦାସଙ୍କ ନିର୍ଦ୍ଧେଶନାରେ ପ୍ରସ୍ତୁତ ସମାାଜିକ ନାଟକ ‘ଏଠି ତୋର ଦୋଷ ନା ମୋର ଦୋଷ’ ପ୍ରଦର୍ଶିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ସମୀର ମାଝୀ ଆନୁଷ୍ଠାନିକ ଭାବେ ପରିଚାଳନା କରିଥିଲେ । ନାଟକରେ ରୋମାନଟିକ୍ ଭିଲିୟାନ ରାହୁଲ ମାନସିଂ ଚରିତ୍ରକୁ ନିଖୁଣ ଭାବେ ବରୁଣରାଜ ଅଭିନୟ କରି ଦର୍ଶକମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲେ । ନାଟକ ବିଷୟରେ ନିର୍ଦ୍ଧେଶକ ପଦ୍ମଚରଣ ଦାସ କହିଲେ ଯେ, ବରୁଣ ରାଜ ଛାତ୍ର ଜୀବନରୁ ଜଣେ ଉଦୀୟମାନ କଳାକାର । କଳା ପ୍ରତି ତାଙ୍କର ନିଷ୍ଠା ମୋତେ ଯଥେଷ୍ଟ ପ୍ରଭାବିତ କରିଛି । ଗ୍ରାମାଳର ଯୁବକମାନଙ୍କ ମଧ୍ୟରେ କଳା ପ୍ରତି ଯଥେଷ୍ଟ ଆଗ୍ରହ ରହିଛି । କିନ୍ତୁ ପ୍ରୋତ୍ସାହନ ଅଭାବରୁ କଳା ମଉଳି ଯାଉଛି ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ । ବରୁଣ ରାଜ ତାଙ୍କ ନାଟ୍ୟକଳା ଜୀବନ ଉପରେ କହିଥିଲେ ଯେ, ୧୯୯୬ ମସିହାରେ ସେ କଲେଜ ପଢୁଥିବା ସମୟରେ ଗୁରୁ ଉଦ୍ଧବ ଦଳେଇଙ୍କ ନିର୍ଦ୍ଧେଶନାରେ ‘ଶଙ୍ଖ ହୁଳହୁଳି ବନ୍ଦାଣ ଥାଳି’ରୁ ପ୍ରଦର୍ଶନରେ ଭାଗ ନେଇ, ଜଣେ ସୈନିକ ଭାବେ ଦେଶ ସେବାରେ ନିୟୋଜିତ ହୋଇ ମଧ୍ୟ ମୋ ଗାଁ ମାଟି, ମୋ ଗାଁର କଳାକୁ ମୁଁ କେବେ ଭୁଲିପାରିବି ନାହିଁ । ବର୍ତମାନ ସୁଦ୍ଧା ୧୦ଟି ନାଟକରେ ମୁଖ୍ୟ ଭୂମିକା ଓ ପାଶ୍ୱର୍ ଅଭିନୟରେ ଭାଗ ନେଇ ଦର୍ଶକମାନଙ୍କ ଦ୍ୱାରା ବେଶ୍ ପ୍ରଶଂସିତ ହୋଇପାରିଛି । ସବୁ କାର୍ଯ୍ୟରେ ନିଷ୍ଠା, ସଂକଳ୍ପ ଓ ଅଧ୍ୟବସାୟ ରହିଲେ ଆମେ ନିଶ୍ଚିତ ସଫଳ ହୋଇପାରିବା । ଶେଷରେ ଭାଗ ନେଇଥିବା ସମସ୍ତ କଳାକାରମାନେ ଗୁରୁ ପଦ୍ମଚରଣ ଦାସଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.