ବିଭାଗୀୟ ଅଧିକାରୀମାନଙ୍କ ଅବହେଳା ଅଭିଯୋଗ
କଟକ /ନରେନ୍ଦ୍ରପୁର, ୨୩/୦୫/୨୦୨୨( ଓଡ଼ିଶା ସମାଚାର )- କଟକ ଟେଲିଯୋଗାଯୋଗ ଜିଲା ଅଧିନସ୍ଥ ସାଲେପୁର ସବଡ଼ିଭିଜନ୍ ଅନ୍ତର୍ଗତ ନରେନ୍ଦ୍ରପୁର ଅଂଚଳରେ ବିଏସଏନଏଲ ଅପ୍ଟିକାଲ ଫାଇବର ଇଂଟରନେଟ ସେବା ବାରମ୍ବାର ଫେଲ ହେଉଛି । ଥରେ ଏହା ଫେଲ ହେଲେ ତାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ୫ ଦିନରୁ ଅଧିକ ସମୟ ଲାଗି ଯାଉଛି । ଏହା କେବଳ ବିଭାଗୀୟ ଯନ୍ତ୍ରୀ / ଅଧିକାରୀମାନଙ୍କ ଅବହେଳା ବୋଲି ବିଏସଏନଏଲ ଅପ୍ଟିକାଲ ଫାଇବର ଇଂଟରନେଟ ବ୍ୟବହାର କରୁଥିବା ଗ୍ରାହକମାନେ ଅଭିଯୋଗ କରିଛନ୍ତି । ମାସରେ ପ୍ରାୟ ୧୦ ଦିନରୁ ଅଧିକ ଦିନ ବିଏସଏନଏଲ ଅପ୍ଟିକାଲ ଫାଇବର ଇଂଟରନେଟ ସେବା ଫେଲ ରହୁଛି । ବ୍ୟୟ ବହୁଳ ବିଏସଏନଏଲ ଅପ୍ଟିକାଲ ଫାଇବର ଇଂଟରନେଟ ବ୍ୟବହାର କରୁଥିବା ଗ୍ରାହକମାନେ ବିଏସଏନଏଲ ଉପରେ ନିର୍ଭର କରିପାରୁନାହାନ୍ତି । ବିଏସଏନଏଲ ଅପ୍ଟିକାଲ ଫାଇବର ଇଂଟରନେଟ ନେଇ ମାସରେ ପ୍ରାୟ ୧୦ ଦିନରୁ ଅଧିକ ଦିନ ଅନ୍ୟ ଘରୋଇ ଇଂଟରନେଟ ଉପରେ ନିର୍ଭର କରିବାକୁ ପଡ଼ୁଛି । ଏହା ଫଳରେ ବିଏସଏନଏଲ ଅପ୍ଟିକାଲ ଫାଇବର ଇଂଟରନେଟ ବ୍ୟବହାର କରୁଥିବା ଗ୍ରାହକମାନଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି । ଏହି କାରଣରୁ ଗ୍ରାହକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗ୍ରାହକମାନେ ବାଧ୍ୟ ହୋଇ ବିଏସଏନଏଲ ଅପ୍ଟିକାଲ ଫାଇବର ଇଂଟରନେଟ ସଂଯୋଗ ବିଛିନ୍ନ କରିବାକୁ ନିଷ୍ପତି ନେବେ ବୋଲି ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର