Wednesday , July 6 2022
Breaking News
Home / ରାଜନୀତି / ବରିଷ୍ଠ କମୁ୍ୟନିଷ୍ଟ ନେତା ଶିବାଜୀ ପଟ୍ଟନାୟକଙ୍କ ବିୟୋଗରେ ସମାଜବାଦୀ ପାର୍ଟିର ଶୋକ

ବରିଷ୍ଠ କମୁ୍ୟନିଷ୍ଟ ନେତା ଶିବାଜୀ ପଟ୍ଟନାୟକଙ୍କ ବିୟୋଗରେ ସମାଜବାଦୀ ପାର୍ଟିର ଶୋକ

ଭୁବନେଶ୍ୱର , ୨୩/୦୫/୨୦୨୨( ଓଡ଼ିଶା ସମାଚାର )- ବରିଷ୍ଠ କମୁ୍ୟନିଷ୍ଟ ନେତା, ଭୁବନେଶ୍ୱରର ପୂର୍ବତନ ସାଂସଦ ଓ ସି.ପି.ଏମ୍.ର ପୂର୍ବତନ ରାଜ୍ୟ ସମ୍ପାଦକ ସ୍ୱର୍ଗତ ଶିବାଜୀ ପଟ୍ଟନାୟକଙ୍କ ବିୟୋଗରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏକ ଶୋକବାର୍ତାରେ କହିଛନ୍ତି ଯେ, ଓଡ଼ିଶାର ଚାଷୀ, ମୂଲିଆ, ଖଟିଖିଆ, ମେହେନତୀ ଜନସାଧାରଣ ତାଙ୍କର ଜଣେ ଲଢୁଆ ସଂଗ୍ରାମୀ ନେତାଙ୍କୁ ହରାଇଲେ । ରାଜ୍ୟର ସମାଜବାଦୀ ଆନ୍ଦୋଳନ ପ୍ରତି ଶିବାଜୀ ବାବୁଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି । ଶୋକସନ୍ତପ୍ତ ପରିବାର ପ୍ରତି ଶ୍ରୀ ବେହେରା ସମବେଦନା ଜ୍ଞାପନ କରିବା ସହିତ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

କିଶନନଗର ଥାନା ଆଇଆଇସି ସସ୍ମିତା ରଣାଙ୍କୁ ଗିରଫ ସହ ବହିସ୍କାର ଦାଵିରେ ଡିଜିପି ଅଫିସ ଘେରିଲା କଂଗ୍ରେସ

କଟକ ସଦର, ୨୭ /୦୬/୨୦୨୨(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): କିଶନନଗର ଥାନା ଅଧିକାରିଣୀଙ୍କ ଠାରୁ ନ୍ୟାୟ ନପାଇ ଶେଷରେ ଥାନା …

Leave a Reply

Your email address will not be published. Required fields are marked *