Wednesday , July 6 2022
Breaking News
Home / ସ୍ୱାସ୍ଥ୍ୟ / ପୁରୁଷ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ସଂଘର ୧୧ତମ ଦ୍ୱିବାର୍ଷିକ ଅଧିବେଶନ ଅନୁଷ୍ଠିତ

ପୁରୁଷ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ସଂଘର ୧୧ତମ ଦ୍ୱିବାର୍ଷିକ ଅଧିବେଶନ ଅନୁଷ୍ଠିତ

ଭୁବନେଶ୍ୱର , ୨୩/୦୫/୨୦୨୨( ଓଡ଼ିଶା ସମାଚାର )- ଓଡ଼ିଶା ରାଜ୍ୟ ପୁରୁଷ ବହମୁଖୀ ସ୍ୱାସ୍ଥ୍ୟକର୍ମୀ ସଂଘର ୧୧ତମ ଦ୍ୱିବାର୍ଷିକ ଅଧିବେଶନ ସଂଘର ସଭାପତି ଶ୍ରୀ ଜିତେନ୍ଦ୍ର କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଭୁବନେଶ୍ୱର ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସାଧାରଣ ସମ୍ପାଦକ ରବୀନ୍ଦ୍ର ନାଥ ପ୍ରଧାନ ସମ୍ପାଦକୀୟ ବିବରଣୀ ପାଠ କରି ସ୍ୱାସ୍ଥ୍ୟକର୍ମୀ ସଂଘର ମୁଖ୍ୟ ଦାବି, ପୁରୁଷ ଓ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ କ୍ୟାଡ଼ର ପୁର୍ନଗଠନ, ପୋଷାକ ଓ ଭତା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ ।
ଏହି ଅଧିବେଶନରେ ମୁଖ୍ୟ ଅତିଥି ଭାବେ ମହିଳା ଶିଶୁ ବିକାଶ ବିଭାଗର ଉପଦେଷ୍ଟା ଶ୍ରମତୀ ସୁଲତା ଦେଓ ଯୋଗଦେଇ ସ୍ୱାସ୍ଥ୍ୟକର୍ମୀମାନଙ୍କ ନିଷ୍ଠାପର ସେବାକୁ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ଦୂରଦର୍ଶୀ ପତ୍ରିକାର ସମ୍ପାଦକ ଶ୍ରୀ ଦୁର୍ଗା ସାମନ୍ତରାୟ ଓ ଓଡ଼ିଶା ଅମଲା ସଂଘର ସାଧାରଣ ସମ୍ପାଦକ ଶ୍ରୀ ପ୍ରସନ୍ନ ତ୍ରିପାଠୀ ଯୋଗ ଦେଇ ସ୍ୱାସ୍ଥ୍ୟକର୍ମୀମାନଙ୍କ ସେବା ପ୍ରଦାନକୁ ପ୍ରଶଂସା କରିବା ସହ ସେମାନଙ୍କ ନ୍ୟାଯ୍ୟ ଦାବି ପ୍ରତି ସରକାର ଦୃଷ୍ଟିଦେବା ଉଚିତ୍ ବୋଲି ମତପ୍ରକାଶ କରିଥିଲେ । ଏହି ଅଧିôବେଶନରେ ରାଜ୍ୟ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀର ସାଧାରଣ ସମ୍ପାଦିକା ଶ୍ରୀମତୀ ମମତା ନାୟକ ଉପସ୍ଥିତ ଥିଲେ ।
ଏହି ଅବସରରେ ସଂଘର ନୂତନ କର୍ମକର୍ତା ଚୟନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ପୁରୁଷ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀର ରାଜ୍ୟ କାର୍ଯ୍ୟନିର୍ବାହୀ ପରିଷଦର ସଭାପତି ଭାବେ ଜିତେନ୍ଦ୍ର ମହାପାତ୍ର, ଅଧ୍ୟକ୍ଷ ଭାବେ ସନ୍ତୋଷ କୁମାର ମହାରଣା ଓ ସାଧାରଣ ସମ୍ପାଦକ ଭାବେ ରବୀନ୍ଦ୍ର ନାଥ ପ୍ରଧାନ, କାର୍ଯ୍ୟାଳୟ ସମ୍ପାଦକ ଭାବେ ପ୍ରଶାନ୍ତ ସାମନ୍ତରା, ଅର୍ଥ ସମ୍ପାଦକ ଭାବେ ସୁଶାନ୍ତ କୁମାର କୁଣ୍ଡୁ ଓ ଅନ୍ୟ କର୍ମକର୍ତାମାନେ ନିର୍ବାଚିିତ ହୋଇଥିଲେ । ଶେଷରେ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ପ୍ରଭାତ କୁମାର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଛି , ୪୯ ଜଣ ଶିଶୁ ଙ୍କ ସମେତ ୩୪୬ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର, ୦୩/୦୭/୨୦୨୨(ଓଡ଼ିଶା ସମାଚାର)- ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ବଢ଼ୁଛି । ଦୈନିକ ସଂକ୍ରମଣ ସଂଖ୍ୟା ଏବେ ୪୦୦ …

Leave a Reply

Your email address will not be published. Required fields are marked *