Friday , March 31 2023
Home / ବିଶେଷ / ନିରାକାରପୁର ସାମ୍ବାଦିକ ସଂଘର କାର୍ୟ୍ୟାଳୟ ଉଦଘାଟନ

ନିରାକାରପୁର ସାମ୍ବାଦିକ ସଂଘର କାର୍ୟ୍ୟାଳୟ ଉଦଘାଟନ

ନିରାକାରପୁର, ୨୩/୦୫/୨୦୨୨( ଓଡ଼ିଶା ସମାଚାର )-ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସାମ୍ବାଦିକ ସଂଘର ଏକ ସାମ୍ବାଦିକ ସଂଘ କାର୍ୟ୍ୟାଳୟ ନିରାକାରପୁର କଲେଜଛକ ଠାରେ ଉଦଘାଟନ ହୋଇଯାଇଛି।ସଂଘର କାର୍ୟ୍ୟାଳୟକୁ ଉଦଘାଟନ କରିଛନ୍ତି ବିଛୁଜନତା ଦଳର ରାଜ୍ୟ ମହିଳା ଉପସଭାପତି ବାସନ୍ତୀ ମହାପାତ୍ର । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଅତିଥି ଭାବରେ ଯୋଗ ଦେଇଥିଲେ ଖୋର୍ଦ୍ଧା ଜିଲ ପରିଷଦ ଅଧ୍ୟକ୍ଷ ରୁପଶ୍ରୀ ରାଣ ଗୁମାନସିଂ। କାର୍ୟ୍ୟାଳୟ ଉଦଘାଟନ ସମୟରେ ନିରାକାରପୁର ସାମ୍ବାଦିକ ସଂଘର ସମସ୍ତ ସଦସ୍ୟମାନେ ଉପସ୍ଥିତ । ନିରାକାରପୁର ସାମ୍ବାଦିକ ସଂଘର ଉପଦେଷ୍ଟା ଭାବରେ ଲଛମନ ନାୟକ,ସଭାପତି ଭାବରେ ଦୀପକ ପ୍ରଧାନ, ସଂମ୍ପାଦକ ଭାବରେ ଶ୍ୟାମସୁନ୍ଦର ପଟ୍ଟନାୟକ,ଉପ ସଭାପତି ଭାବରେ କପିଳେଶ୍ୱର ସିଂହ ଓ ସଂଘର ମୁଖପାତ୍ର ଭାବରେ ବିକ୍ରମ କେଶରୀ ସାହୁ ଓ କାର୍ତ୍ତିକେଶ୍ୱର ସିଂହ,ବିଭୂତି ଭୂଷଣ ଦାଶ,ବାଲୁଙ୍କେଶ୍ୱର ବେହେରା,ସୂଚିତ୍ର ଭୂଜବଳ,ଶୁଭ୍ରାଂଶୁ ଭୂଷଣ ଚମ୍ପତିରାୟ ପମୁଖ ଯୋଗଦେଇଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.