ରଘୁନାଥପୁର, ୨୩/୦୫/୨୦୨୨( ଓଡ଼ିଶା ସମାଚାର )- ରଘୁନାଥପୁର ଶିକ୍ଷା ମଣ୍ଡଳ ଅଧିନରେ ଥିବା ଏରଡ଼ଙ୍ଗା ପଂଚାୟତ ନାଲିବର ସରକାରୀ ଉଚ ବିଦ୍ୟାଳୟ ୨୦୦୧ ବ୍ୟାଚ ବନ୍ଧୁ ମିଳନ ଉତ୍ସବ ସ୍କୁଲ ପରିସର ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ପିଲାମାନେ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅବସର ଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସାଦରେ ନିମନ୍ତ୍ରଣ କରିବା ସହିତ ସ୍କୁଲ ଆଲୁମିନି କମିଟି ସଭାପତି ଓ ସମ୍ପାଦକଙ୍କୁ ମଧ୍ୟ ନିନ୍ତ୍ରଣ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଲକ୍ଷ୍ମୀପ୍ରଭା ରାଉତରାୟ ଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଉପସ୍ଥିତ ପୂର୍ବତନ ଶିକ୍ଷକ ଶିକ୍ଷୟିତ୍ରୀମାନେ ପିଲାମାନଙ୍କୁ ସ୍କୁଲ ର ଉନ୍ନତି ପାଇଁ ସରକାରଙ୍କ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ସହାୟତାର ହାତ ବଢ଼ାଇଲେ ସରକାର ସେଥିରେ ୨ ଗୁଣ ସହାୟତା ରାଶି ଯୋଗ କରି ସ୍କୁଲ କୁ ନୂତନ ଦିଶା ଦେଇ ପାରିବେ ବୋଲି ଆଶା କରିଥିଲେ । ଏହି ବ୍ୟାଚ ର ପିଲାମାନେ ବହୁ ଉଚ ଶିକ୍ଷିତ ହେବା ସହିତ ଆମେରିକା, ଇଂଲଣ୍ଡ, ହଂକଂ ଆଦି ଦେଶ ମାନଙ୍କରେ କାର୍ଯ୍ୟ କରୁଛନ୍ତି । ସ୍ୱୁଲ ର ପ୍ରତିଷ୍ଠାତା ପ୍ରଧାନ ଶିକ୍ଷକ ସ୍ୱର୍ଗତ ସୋମନାଥ ବିଶ୍ୱାଳ ଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପୁଷ୍ପ ଗୁଛ ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରତ୍ୟେକ ବର୍ଷ ପିଲାମାନେ ଏକତ୍ରିତ ହୋଇ ଏହିପରି ଉତ୍ସବ ପାଳନ କରିବାକୁ ମତ ପ୍ରକାଶ ପାଇଥିଲା । ପୂର୍ବତନ ପ୍ରଧାନ ଶିକ୍ଷକ ନୀରଂଜନ ସ୍ୱାଇଁ, ମିହିର ଚନ୍ଦ୍ର ନାୟକ, ଶିକ୍ଷାବିତ ହେମନ୍ତ ନାୟକ, ସାରଦା ନାୟକ, ପ୍ରଶାନ୍ତ ଦାସ , ପ୍ରସନ୍ନ ଆଚାର୍ଯ୍ୟ, ନୀରଂଜନ ବେହେରା, କୃଷ୍ଣଚନ୍ଦ୍ର ସାହୁ, ଅଭିମନ୍ୟୁ ଦାସ, ନୀରଂଜନ ନନ୍ଦ, ବିଜୟ ନାୟକ, ଜଟାଧାରୀ ପରିଡ଼ା, ହରପ୍ରିୟା ଦାସ, ରବିନ୍ଦ୍ରନାଥ ସ୍ୱାଇଁ ଉପସ୍ଥିତ ଥିବାବେଳେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ରାଜେସ ଖଟୁଆ, କୈଳାଶ ରାୟ( ବିଜୁ), ସନ୍ତୋଷ ପୃଷ୍ଟି, ପ୍ରିତମ ନାଥ, ଜ୍ୟୋତିରଂଜନ ସାହୁ, ଗୋପାଳ ମାଝି, ଦେବାଶିଷ ରାଉତ, କମଳାକାନ୍ତ ନାୟକ, ସଂଜୟ ସେଠୀ, ରଜନୀକାନ୍ତ ମଲ, ବିନୟଲାଲ ପାତ୍ର, ଜିତେନ୍ଦ୍ର ରାଉତ, ସୌରଭ ସାହୁ, ଅମିତାଭ ଦାସ, ତନୁଜ ମହାନ୍ତି, ବନୋଜ ଦାସ, ଲକ୍ଷ୍ମୀଧର ସେଠୀ, ପ୍ରଦୀପ୍ତ ଦାସ, ସୁରେନ୍ଦ୍ର ନାୟକ, ପ୍ରକାଶ ନାୟକ, ଅଜଗର ଖାଁ, ଦେବାଶିଷ ରଥ, ପ୍ରଫୁଲ ଦାସ, ସର୍ବାଶିଷ୍ଟ ବେହେରା, ପ୍ରସନ ଦଳେଇ, ରବିନ୍ଦ୍ର ଦାସ, ସୋମନାଥ ସାହୁ, ରାଜେନ୍ଦ୍ର ପାଳ, ସୁଜିତ ସ୍ୱାଇଁ, ବିଶ୍ୱନାଥ ସ୍ୱାଇଁ ଉପସ୍ଥିତ ଥିବାବେଳେ ଜ୍ୟୋତି ରଂଜନ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର