Tuesday , June 6 2023
Breaking News
Home / କୃଷି / ଜିଲାର ପ୍ରଥମ  ମୁଗମଣ୍ଡି ଖୋଲିଲା 

ଜିଲାର ପ୍ରଥମ  ମୁଗମଣ୍ଡି ଖୋଲିଲା 

ରଘୁନାଥପୁର, ୨୩/୦୫/୨୦୨୨( ଓଡ଼ିଶା ସମାଚାର )- ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ରେଢୁଆ ବାଣୀକ୍ଷେତ୍ର ମହିଳା କୃଷି ଉତ୍ପାଦକ ସଂଘ ମାଧ୍ୟମରେ ଜଗତସିଂହପୁର ମାର୍କଫେଡ୍ ତରଫରୁ ଚଳିତ ବର୍ଷ ଜିଲ୍ଲାର ପ୍ରଥମ ମୁଗ ମଣ୍ଡି ଆଜି ଅପରାହ୍ନରେ ମୁଖ୍ୟଅତିଥିଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରାଜକିଶୋର ଦାସଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି  । ଏହି ଉଦଘାଟନୀ ଉତ୍ସବରେ ଲାଲ ର ଉପଦେଷ୍ଟା ସୁରେଶ ଚନ୍ଦ୍ର ରାଉତ ସଭାପତିତ୍ୱ କରିଥିଲେ  । ବାଣୀକ୍ଷେତ୍ର ମହିଳା ଉତ୍ପାଦକ ସଂଘର ବୋର୍ଡ ଅଫ୍ ଡାଇରେକ୍ଟରଙ୍କ ସହିତ ୫୦ରୁ ଅଧିକ ଅଂଶୀଦାର ଥିଲେ  । ଏଥିରେ ସମ୍ମାନିତ ଅତିଥିଭାବେ ଜିଲ୍ଲା କୃଷି ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ସେଠୀ ଯୋଗଦେଇ ମୁଗର ଗୁଣାତ୍ମକ ଜଳୀୟ ଅଂଶ ୧୨% କିପରି ରଖାଯାଇପାରିବ ସେ ବିଷୟରେ ଚାଷୀମାନଙ୍କୁ ବୁଝାଇଥିଲେ  । ମାର୍କଫେଡର ଜିଲ୍ଲା ପରିଚାଳକ ଧିରେନ୍ଦ୍ରନାଥ ବାରିକ ଯୋଗଦେଇ ଚାଷୀ ପ୍ରଥମେ ପଞ୍ଜିକରଣ କରିବା ପରେ ଏକ ଏକର ପ୍ରତି ୨କୁଇଂଟାଲ ମୁଗ ଦେଇ କୁଇଂଟାଲ ପ୍ରତି ୭୨୭୫ଟଙ୍କା ପାଇପାରିବେ ବୋଲି କହିଥିଲେ  । ବାଣୀକ୍ଷେତ୍ର ମହିଳା ସଙ୍ଗଠନର ସମ୍ପାଦିକା କାଦମ୍ବିନୀ ବେହେରା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ  । ସଦସ୍ୟ ପ୍ରଭାବତୀ ବାରିକ୍, କୃଷ୍ଣପ୍ରିୟା ବିଶ୍ୱାଳ, ଆରତୀ ଭୋଇ, ସସ୍ମିତା ବାରିକ୍ ପ୍ରମୁଖ ଯୋଗଦେଇଥିଲେ  । ଅଧ୍ୟାପକ ଭଗବାନ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ  । ଏହି କାର୍ଯ୍ୟକ୍ରମକୁ ବାଣୀକ୍ଷେତ୍ର ମହିଳା କୃଷକ ସଙ୍ଗଠନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କୁମାରୀ ଅର୍ପିତା ବରାଳ ଆୟୋଜନ କରିଥିଲେ  । ଓଡ଼ିଶା ସମାଚାର

Leave a Reply

Your email address will not be published.