ଗରଦପୁର,୨୩/୫/୨୦୧୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ସମ୍ମିଳନୀ କକ୍ଷରେ ଆଜି ମିଳିତ ଜନ ଅଭିଯୋଗ ଶୁଣାଣିାାିବିର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ କେନ୍ଦ୍ରାପଡ଼ା ଜିଲାପାଳ ଅମ୍ରିତ ଋତୁରାଜ ଅଧ୍ୟକ୍ଷତା କରି ଜନସାଧାରଣଙ୍କ ଅଭିଯୋଗ ଗୁଡ଼ିକ ଶୁଣାଣି କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲାପାଳଙ୍କ ସହିତ କେନ୍ଦ୍ରାପଡ଼ା ଏସପି ସମ୍ବିଦ ସମ୍ପଦ ମାଡ଼କର , ପ୍ରକଳ୍ପ ନିର୍ଦ୍ଧେଶକ ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲାପାଳ ନୀରଂଜନ ବେହେରା, ଏପିଡ଼ି ମନ୍ଦରଧର ମାହାଳିକ, ବିଡ଼ିଓ ରଂଜିତ କୁମାର ମଲିକ,ତହସିଲଦାର ସନ୍ତୋଷ କୁମାର ସାହୁ , ବ୍ଲକ୍ ଅଧ୍ୟକ୍ଷ ଅଭୟ ମହାରାଜ ପ୍ରମୁଖ ମଂଚାସୀନ ରହି ଜିଲାପାଳ ଶ୍ରୀ ଋତୁରାଜ ଙ୍କୁ ଅଭିଯୋଗ ଶୁଣାଣି ରେ ସହାୟତା କରିଥିଲେ । ଶିବିରରେ ମୋଟ୍ ୧୩୨ ଗୋଟି ଅଭିଯୋଗର ଶୁଣାଣି କରାଯାଇଥିଲା । ପାଟକୁରା ହାଟ ଓ ବଜାରର ଉଦବୃତ ବର୍ଷା ଜଳ ନିଷ୍କାସନ ଏକ ପ୍ରମୁଖ ସମସ୍ୟା ହୋଇଥିବାରୁ ଏହାର ନିରାକରଣ ପାଇଁ ପାଟକୁରା ସରପଂଚ ଗୀତାଂଜଳୀ ମହାନ୍ତି , ସମିତି ସଭ୍ୟ ରାକେଶ ମହାପାତ୍ର , ଶୈଳେନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥି ସହିତ ଗତ ଶୀତ ଦିନେ ହୋଇଥିବା ଅଦିନିଆ ବର୍ଷା ରେ ପାଚିଲା ଧାନ ଜମିରୁ ଧାନ ଅମଳ କରି ନାରିନଥିଲା । ଏବେ ଖରିଫ ଧାନ ବୁଣିବା ପାଇଁ ଚାଷୀ ହାତରେ ବିହନ ନାହିଁ । ବ୍ଲକ୍ ମାଧ୍ୟମରେ ଭଲ କିଶମର ଧାନ ବିହନ ଯୋଗାଇ ଦେବାକୁ ସରପଂଚ ଶ୍ରୀମତୀ ମହାନ୍ତି ଦାବି କରିଥିଲେ । ଗତ ଦେଢ଼ ବର୍ଷ ହେଲା ଗରଦପୁର ତହସିଲ ରୁ ୧୦୮ ଜଣ ବେବନ୍ଦୋବସ୍ତ ଉପଭୋକ୍ତାଙ୍କର ଏକ ବେବନ୍ଦୋବସ୍ତ ଫାଇଲ କେନ୍ଦ୍ରାପଡ଼ା ଉପ ଜିଲାପାଳଙ୍କ କାର୍ଯ୍ୟାଳୟରେ ପଡ଼ି ରହିଛି । ସେ ସମ୍ପର୍କରେ ସର୍ବଶ୍ରୀ କୁଂଜ ବିହାରୀ ପାଣି, ଭାବଦତ ପଣ୍ଡା ପ୍ରମୁଖ ଫାଇଲ ଉପରେ କାଯ୍ୟାନୁଷ୍ଠାନ ଗ୍ରହଣ କଲେ ୧୦୮ ଜଣ ଉପଭୋକ୍ତା ଙ୍କର ଜମି ଜମା ସମସ୍ୟା ସମାଧାନ ହୋଇ ପାରିବ ବୋଲି ଜିଲାପାଳ ଶ୍ରୀ ଋତୁରାଜ ଙ୍କୁ ଅଭିଯୋଗ କରିଥିଲେ । ଫାଇଲ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପଇଁ ଜିଲାପାଳ ଉପଜିଲାପାଳଙ୍କୁ ନିର୍ଦ୍ଧେଶ ଦେଇଥିଲେ । ତେଣ୍ଡାକୁଡ଼ା ପଂଚାୟତ ରାଆଁଳ ଗ୍ରାମର ଚୈତନ୍ୟ ବିଶ୍ୱାଳଙ୍କର ଚାଳ ଛପର ଘର ଗତ ମାର୍ଚ୍ଚ ୮ ତାରିଖ ଦିନ ପୋଡ଼ି ଛାରଖାର ହୋଇଯାଇଥିଲା । ବିଭାଗୀୟ ଅନୁସନ୍ଧାନ ପରେ ଏହି ଅଗ୍ନୀ ବିପନ୍ନ ଙ୍କୁ ଗୃହ ନିର୍ମାଣ ପାଇଁ ୨ ଲକ୍ଷ ଟଙ୍କା ବିଭାଗୀୟ ମଂଜୁରୀ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ ଅର୍ଥ ମିଳିନଥିବା ଶ୍ରୀ ବିଶ୍ୱାଳ ଅଭିଯୋଗ କରିଥିଲେ । ଦୁଇ ଦିନ ମଧ୍ୟରେ ମହଜୁର ହୋଇଥିବା ଅର୍ଥ ପୈଠ କରିବାକୁ ଗରଦପୁର ତହସିଲଦାର ଙ୍କୁ ଜିଲାପାଳ ଶ୍ରୀ ଋତୁରାଜ ନିର୍ଦ୍ଧେଶ ଦେଇଥିଲେ । ସେହିପରି ପାଟକୁରା ଗ୍ରାମର କନ୍ଦର୍ପ ସାହୁ ଙ୍କର ଏକ ଆରପି କେଶ ଫାଇନାଲ ହୋଇଥ୍ôଳା । ମାର୍ଶାଘାଇ ରୁ ଗରଦପୁର ତହସିଲ ଅଲଗା ହେବା ପରେ ଏହି ନକ୍ସା ସଂଶାଧନ ରେକର୍ଡ଼ ଗରଦପୁର ତହସିଲ ରେ ମିଳୁନଥିବା ଶ୍ରୀ ସାହୁ ଅଭିଯୋଗ କରିଥିଲେ । ବାମରା ଗ୍ରାମର ଅନିତା ବାରିକ ଅଭିଯୋଗ କରିଥିଲେ ଯେ ଗତ ୧୭ ତାରିଖରେ ତାଙ୍କ ଜାଗାକୁ ପଡ଼ୋଶି ମାନେ ଅନଧିକାର ଭାବେ ଦଖଲ କରି ବାଡ଼ ବୁଜିଲେ । ସେଥିରେ ପ୍ରତିବାଦ କରିବାରୁ ମାଡ଼ ମାରିବା ସହିତ ତାଙ୍କ ଆଖିରେ ଲଙ୍କା ଗୁଣ୍ଡ ପକାଇଲେ । ଏ ସମ୍ପର୍କରେ ଶ୍ରୀମତୀ ବାରିକ ପାଟକୁରା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଅଭିଯୁକ୍ତ ମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଟାଳ ଟୁଳ ନୀତି ଅବଲମ୍ବନ କରୁଥିବା ଅନିତା ଅଭିଯୋଗ କରିଥିଲେ । ଏସପି ଶ୍ରୀ ମଡ଼କର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପାଟକୁରା ଥାନା ଆଇଆଇସି ସରୋଜ ସାହୁଙ୍କୁ ନିର୍ଦ୍ଧେଶ ଦେଇଥିଲେ । ସେହିପରି ନଇନ୍ଦିପୁର ଗ୍ରାମର ଅଖିଳ ଚନ୍ଦ୍ର ସାମଲ ଦୀର୍ଘ ବର୍ଷ ଧରି ତାଙ୍କ ପଡ଼ୋସୀ ସହିତ ଲାଗି ରହିଥିବା ଘର ବାଡ଼ି ବିବାଦ ସମ୍ପର୍କରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପୋଲିସ ଉପସ୍ଥିତିରେ ତହସିଲ ପକ୍ଷରୁ ମାପଚୁପ କରାଇ ସମସ୍ୟା ସମାଧାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଜିଲାପାଳ ନିର୍ଦ୍ଧେଶ ଦେଇଥିଲେ । ବାସୁଦେଇପୁର ଗ୍ରାମର ବିଦ୍ୟୁତ ଉପଭୋକ୍ତା ଗଜେନ୍ଦ୍ରନାଥ ସଢ଼ଙ୍ଗୀ , ବଳରାମ ସଢ଼ଙ୍ଗୀ , ପ୍ରମୋଦ ସଢ଼ଙ୍ଗୀ ଙ୍କର ଗତ ୭ ତାରିଖରୁ ବିଦ୍ୟୁତ ସରବରାହ ବନ୍ଦ ରହିଛି । ସେମାନେ ଅନ୍ଧାରରେ ରହିଥିବା କଥା ଅଭିଯୋଗ କରିଥିଲେ । ଅନ୍ଧବର ମହାପୁରୁଷ ପୀଠ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଗତ ୫ ବର୍ଷ ହେଲା ପାଇଥିଲେ ମଧ୍ୟ ବିଭାଗ ପକ୍ଷରୁ ଏହି କ୍ଷେତ୍ରର ବିକାଶ ପାଇଁ କୌଣସି ଆର୍ଥିକ ଅନୁଦାନ ମିଳିନଥିବାରୁ ସରପଂଚ ପ୍ରଭାତ ନଳିନୀ ଜେନା ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଚିତ୍ରୋତ୍ପଳା ନଦୀ କଳାବୁଦା ଠାରେ ଥିବା ହାଇ ଲେବୁଲ ବ୍ରିଜ ତଳେ ଚେକ୍ ଡ଼୍ୟାମ ନିର୍ମାଣ କରିବାକୁ ଅବସରପ୍ରାପ୍ତ ପ୍ରାଧ୍ୟାପକ ଲିଙ୍ଗରାଜ ଶତପଥି ଦାବି କରିଥିଲେ । ଏହାଦ୍ୱାରା ଚାଷୀ ଓ ଚାଷର ଉନ୍ନତି ହୋଇ ପାରିବ ବୋଲି ସୂଚନା ଦେଇଥିଲେ । ମନରେଗାରେ ସଫେଇ କର୍ମଚାରୀ ନିଯୁକ୍ତ କରି ବ୍ଲକ୍, ତହସିଲ ଓ ସରକାରୀ କାର୍ଯ୍ୟାଳୟ ଗୁଡ଼ିକୁ ସଫେଇ ଓ ପରିମଳ ବ୍ୟବସ୍ଥା କରିବା ପାଇଁ ଓ କଳାବୁଦା ଠାରେ ୪ ସ୍ପାନ ବିଦ୍ୟୁତ ତାର ତଳେ ଝୁଲି ବିପଦ କୁ ଆମନ୍ତ୍ରଣ କରୁଥିବା ରୁ ଏହାର ପ୍ରତିକାର କରିବା ପାଇଁ ଯୁବ ସମାଜସେବୀ ନବାବ କୁମାର ପଣ୍ଡା ଜିଲାପାଳଙ୍କ ନିକଟରେ ଦାବି କରିଥିଲେ । ସେହିପରି ନୂଆପଡ଼ା ଗ୍ରାମର ସଂଯୁକ୍ତା ସେଠୀ ଆବାସ ଯୋଜନା ପାଇଁ ଓ ରାମଚନ୍ଦ୍ରପୁର ଗ୍ରାମର କିଡ଼ନୀ ଓ ହାର୍ଟ ରୋଗୀ ଦିଲିପ କୁମାର ପରିଡ଼ା ଆର୍ଥିକ ସହାୟତା ପାଇଁ ଜିଲାପାଳଙ୍କୁ ଗୁହାରୀ କରିଥିଲେ । ଗରଦପୁର ଗ୍ରାମର ରଂଜିତ ରଥ ଗତ ବର୍ଷ କୋଭିଡ଼ ରେ ମୃତ୍ୟୁ ବରଣ କରିଥିଲେ । ତାଙ୍କ ବିଧବାର ସ୍ତ୍ରୀ ଲିଲିନୀ ରଥ ଙ୍କୁ ଆଜି ସୁଦ୍ଧା ବିଧବା ଭତା ମିଳିନଥିବା ସେ ଅଭିଯୋଗ କରି୍ଥିଲେ । ଏଥି ସହିତ ଗୋବିନ୍ଦପୁର ଗ୍ରାମର ରଂଜନ ଭୋଇ ଓ ପରମାନନ୍ଦ ଭୋଇ ଗରୀବ ଭୂମିହୀନ ହୋଇ ଥିବାରୁ ସରକାରୀ ଜମି ପାଇବାକୁ ସେମାନେ ନିବେଦନ କରିଥିଲେ । ଜମିଜମା ସମସ୍ୟା ଥିବା କରିଲୋପାଟଣା ଗ୍ରାମର କମଳା ମଲ ଙ୍କର ଏକ ଫାଇଲ ଗରଦପୁର ତହସିଲ ରୁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଗତ ଏକ ବର୍ଷ ହେବ ଯାଇ ପଡ଼ିରହିଥିବାରୁ ଏ ସମ୍ପର୍କରେ କମଳା ମଲ ଅଭିଯୋଗ କରିଥିଲେ । ସାନ ବେତରା ଗ୍ରାମର ଖଗେଶ୍ୱର ମୁଦୁଲି ଜଣେ ବେସାହାରା ଗରୀବ ଲୋକ । ତାଙ୍କର ପୁତ୍ର ସନ୍ତାନ ନାହାନ୍ତି । ସେ ଆବାସ ଯୋଜନାରେ ଘର ଖଣ୍ଡେ ପାଇଁ ଓ ୩ ମାସ ହେଲା ତାଙ୍କୁ ଭତା ମିଳିନଥିବା ଅଭିଯୋଗ କରିଥିଲେ । ଗରଦପୁର ଜଗନ୍ନାଥ ମନ୍ଦିର ନିକଟରେ ୧୧ କେଭି ତାର ସ୍ଥାନାନ୍ତର ପାଇଁ ଏକ ବର୍ଷ ହେବ କାମ ସରିଥିଲେ ମଧ୍ୟ ଆଜି ସୁଦ୍ଧା ସଂଯୋଗ ହୋଇନଥିବାରୁ କୃପାସିଦ୍ଧୁ ପଣ୍ଡା ଅଭିଯୋଗ କରିଥିଲେ । ଚାଉଳିଆ ଗ୍ରାମର ପ୍ରଭାତି ବର୍ମା ଓ ତାଙ୍କ ଭଉଣୀ ଅବିବାହିତ ଅଛନ୍ତି । ରାସନ କାର୍ଡ଼ ରେ ମିଳୁଥିବା ୫ କିଲୋ ଲେଖା ଚାଉଳ ମାସିକ ଚଳି ହେଉନାହିଁ । ଅନନ୍ନପୂର୍ଣ୍ଣ ଯୋଜନାରେ ଏମାନଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରଭାତି ଜିଲାପାଳଙ୍କ ନିକଟରେ ଅଡ଼ିବସିଥିଲେ । ଚିତ୍ରୋତ୍ପଳା କେନାଲ ବିଭାଗ ଅଧିକାରୀ କଳାବୁଦା ପ୍ରାଥମିକ ବିଦ୍ୟାଳୟ ନିକଟରେ ଛାତ୍ର ଛାତ୍ରୀଙ୍କ କାରବାର ସୁଗମ କରିବା ପାଇଁ ପଦକ୍ଷେପ ନେବାକୁ ବିଦ୍ୟାଳୟର ସଭାପତି ବିଭୂତି ଭୂଷଣ ମଲିକ ଦାବି କରିଥିଲେ । ଚିତ୍ରୋତ୍ପଳା ନଦୀ କଙ୍କଡ଼ା ନିକଟରେ ଏକ ସେତୁ ପଳସୁଧା- ମାହାଙ୍ଗା ଆରଡ଼ି ରାସ୍ତାକୁ ପୂର୍ତ ବିଭାଗକୁ ହସ୍ତାନ୍ତର, ପଳସୁଧା ଗାଁ ଜଳ ନିସ୍କାସନ ସମସ୍ୟା ଓ ଓରଢ଼ୀ ପଡ଼ା ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବାକୁ ସମାଜସେବୀ ଇଂ ପ୍ରକାଶ ଚନ୍ଦ୍ର ଜେନା ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ନାଗଣପୁର ସରକାରୀ ରାସ୍ତାରୁ ବିରାଟ ଚାକୁଣ୍ଡା ଗଛ ଗ୍ରାମର ସୁଧାଂଶୁ ମହାନ୍ତି ବେଆଇନ ଭାବେ କାଟି ନେଇଥିବା ଓ ସରକାରୀ ରାସ୍ତାକୁ ଜବର ଦଖଲ କରିଥିବା ତନ୍ମୟ ଶ୍ରୀକାନ୍ତ ତ୍ରିପାଠୀ ଙ୍କ ସମେତ ନାଗଣପୁର ଗ୍ରାମବାସୀମାନେ ଅଭିଯୋଗ କରିଥିଲେ । ଜିଲାପାଳ ଶ୍ରୀ ଋତୁରାଜ ତୁରନ୍ତ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗରଦପୁର ତହସିଲଦାରଙ୍କୁ ନଦ୍ଧର୍୍ଶ ଦେଇଥିଲେ । ସେହିପରି ବାମରା ପାଖରେ ପାଇକା ନଦୀ ତଟ ଖାଉଯାଇ ନଦୀ ବନ୍ଧକୁ ବିପଦ ଅଛି । ସେଠାରେ ପଥର ପ୍ୟାକିଂ କରିବା ପାଇଁ ଦିଲିପ କୁମାର ସେଠୀ ଦାବି କରିଥିଲେ । ଗରଦପୁର – ବ୍ରହ୍ମପୁର ଦେଇ ବ୍ରାଂଚ କେନାଲ ଯିବା ଦ୍ୱାରା କଲଭଟ ନଥିବାରୁ ବର୍ଷାଜଳ ନିସ୍କାସନରେ ସମସ୍ୟା ସୃଷ୍ଟି ହେଉଛି । ଫସଲ ହାନି ଘଟୁଛି । ଏହାର ନିରାକରଣ ପାଇଁ ଶିବ ପ୍ରସାଦ ପଣ୍ଡା, ରଂଜନ ନାୟକ ଓ ଗ୍ରାମବାସୀ ଅଭିଯୋଗ କରିଥିଲେ । ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ପାଟକୁରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ାକ୍ତର ନୀରଂଜନ କର, ସିବିଏମଓ ଅମିତା ପଟ୍ଟନାୟକ, ଜିଲା ଶିକ୍ଷାଧିକାରୀ ସଂଜୀବ କୁମାର ସିଂ,କୃଷି ମନୋରଂଜନ ରାଉଳ.ଉଠା ଜଳସେଚନ ଏସଡ଼ିଓ ନିମାଇଁ ଚରଣ ସେଠୀ, ପାଟକୁରା ଜଳସମ୍ପଦ ବିଭାଗ ଏସଡ଼ିଓ ପ୍ରାଣନାଥ ମୁଣ୍ଡା, କନିଷ୍ଠ ଯନ୍ତ୍ରୀ ଦୁଖାସନ ବାରିକ , ଆରଡ଼ବ୍ଲ୍ରୁ ଏସଡ଼ିଓ ବସନ୍ତ କୁମାର ସେଠୀ , ଜିଲା ମତ୍ସ୍ୟ ଅଧିକାରୀ ମମତା ମହାପାତ୍ର, ବ୍ଲକ୍ ଶିକ୍ଷାଧିକାରୀ ଅଜୟ କୁମାର ସେଠୀ , ବ୍ଲକ୍ ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ଚିନାରା, ବିଦ୍ୟୁତ ଟାଟା ପାୱାର ର ଆସିଷ୍ଟାଂଟ ମ୍ୟାନେଜର ସୂର୍ଯ୍ୟପ୍ରକାଶ ବେଉରା ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର