Sunday , March 26 2023
Breaking News
Home / କୃଷି / ଆଇସିଏଆର୍ – ସିଫା ଓ କିସ୍ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ଆଇସିଏଆର୍ – ସିଫା ଓ କିସ୍ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର , ୨୩/୦୫/୨୦୨୨( ଓଡ଼ିଶା ସମାଚାର )- ଆଇସିଏଆର୍ – ସିଫା ଓ କିସ୍ ଡିମ୍ଡ ୟୁନିଭରସିଟି ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ଉତ୍ସବ ଗତ ୨୦ ତାରିଖ ଦିନ କିସ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହେବାଦ୍ୱାରା ସମାଜର ଅଭାବୀ ଲୋକଙ୍କ ପାଇଁ ସାମାଜିକ ବିଜ୍ଞାନ କ୍ଷେତ୍ରରେ ଗବେଷଣା, ବୈଜ୍ଞାନିକ ଜ୍ଞାନର ବିତରଣ ଓ ବୈଷୟିକ ଜ୍ଞାନର ଆଦାନପ୍ରଦାନ ଗବେଷଣା ଗାରରୁ ଚାଷୀର କ୍ଷେତ୍ର ପର୍ଯ୍ୟନ୍ତ ହୋଇପାରିବ । ସିଫାର ନିର୍ଦ୍ଧେଶକ ଡଃ ସରୋଜ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ଜାତୀୟ ପ୍ରଫେସର ଡଃ ପି. କେ. ସାହୁ ,ସିଫାର ପ୍ରଧାନ ବୈଜ୍ଞାନିକ ଡଃ ମୃଣାଳ ସାମନ୍ତ ଉପସ୍ଥିତ ଥିଲେ ।କିସ୍ ର କୁଳପତି ପ୍ରଫେସର ଦୀପକ କୁମାର ବେହେରା, ରେଜିଷ୍ଟ୍ରାର ଡଃ ପ୍ରସାନ୍ତ କୁମାର ରାଉତରାୟ ଓ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଏହି ଉତ୍ସବରେ ଉଦବୋଧନ ଦେଇ ପ୍ରଫେସର ବେହେରା କହିଥିଲେ ଯେ, ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହେବାଦ୍ୱାରା ଅଭାବୀ ଲୋକମାନଙ୍କୁ ବୈଜ୍ଞାନିକ ପଦ୍ଧତିରେ ମାଛ ଚାଷ କରିବା ପାଇଁ ପ୍ରଶିକ୍ଷଣ ଦେଇ ସଶକ୍ତୀକରଣ କରାଯାଇପାରିବ । ଉଭୟ ସଂସ୍ଥାର ଏକ ମିଳିତ ଏକ୍ସପର୍ଟ ଗ୍ରୁପ୍ ତିଆରି କରିବା ପାଇଁ ସେ ଗୁରୁତ୍ୱ ଦେଇଥିଲେ । ସିଫାର ନିର୍ଦ୍ଧେଶକ ଡଃ ସରୋଜ କୁମାର ସ୍ୱାଇଁ କୃଷକମାନଙ୍କର ରୋଜଗାର ବୃଦ୍ଧି ପାଇଁ ସିଫା ଦ୍ୱାରା ପ୍ରଣୟନ ହୋଇଥିବା ବିଭିନ୍ନ ଗବେଷଣାଲବ୍ଧ ବିଭିନ୍ନ ଜ୍ଞାନ କୌଶଳର ଉପସ୍ଥାପନା କରିଥିଲେ । ଦେଶରେ ତଫସିଲଭୁକ୍ତ ଜାତି ଓ ଜନଜାତିର ଲୋକମାନଙ୍କର ଜୀବିକାର ଅଭିବୃଦ୍ଧି କରିବା ପାଇଁ ସିଫାର ଭୂମିକା ସଂପର୍କରେ ବର୍ଣ୍ଣନା କରିଥିଲେ । ଜାତୀୟ ପ୍ରଫେସର ଡଃ ପି. କେ. ସାହୁ ଜଳଜୀବ ପାଳନ କ୍ଷେତ୍ରରେ କିସ ର ଛାତ୍ରଛାତ୍ରୀମାନେ ବୈଷୟିକ ଜ୍ଞାନ ଆହରଣ କରି ଜୀବିକା ନିର୍ବାହକୁ ସଶକ୍ତ କରିବା ପାଇଁ ଗୁରୁତ୍ୱ ଦେଇଥିବାବେଳେ ପ୍ରଧାନ ବୈଜ୍ଞାନିକ ଡଃ ମୃଣାଳ ସାମନ୍ତ ବିଭିନ୍ନ ବିଶ୍ୱ ବିଦ୍ୟାଳୟ ସହିତ ସିଫା ସ୍ୱାକ୍ଷର କରିଥିବା ବୁଝାମଣା ପତ୍ର ସଂପର୍କରେ ସୂଚନା ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.