ଫୁଲବାଣୀ ୨୨/୦୫/୨୦୨୨( ଓଡ଼ିଶା ସମାଚାର )- ମାଓବାଦୀ ଅଶୋକ ପୁନେଙ୍କ ଆତ୍ମସମର୍ପଣ । କନ୍ଧମାଳ ଏସ୍ପି ଭିନୀତ ଅଗ୍ରଓ୍ୱାଲଙ୍କ ନିକଟରେ ସେ ଆତ୍ମସମର୍ପଣ କରିଛନ୍ତି । ଅଶୋକ ପୁନେ ବହୁ ହିଂସାକାଣ୍ଡ ସାମିଲ ଥିବା ସୂଚନା ରହିଛି ।
ଅଶୋକଙ୍କ ଘର ଛତିଶଗଡ଼ ଜିଲ୍ଲା ବାସାଗୁଡ଼ା ଥାନା ଡାଲା ଗାଁରେ ବୋଲି ଜଣାପଡିଛି । ସେ ଏରିଆ କମିଟି ସଦସ୍ୟ ଭାବେ ୧୩ ବର୍ଷ ହେଲା କାମ କରୁଥିଲେ । ତେବେ ସରକାରଙ୍କ ବିକାଶ ମୂଳକ କାର୍ୟ୍ୟରେ ପ୍ରଭାବିତ ହୋଇ ଅଶୋକ ହିଂସା ପରିତ୍ୟାଗ କରି ଆତ୍ମସମର୍ପଣ କରିଥିବା କହିଛନ୍ତି । ଏହାସହିତ ସେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ବୋଲି ମଧ୍ୟ କହିଛନ୍ତି ।ସେ ନିଯେ ଆତ୍ମସମର୍ପଣ କରିବା ସହିତ ଅନ୍ୟ ମାଓବାଦୀ ମାନେ ଆତ୍ମସମର୍ପଣ କରି ମୁଖ୍ୟ ସ୍ରୋତ ରେ ସାମିଲ ହେବାକୁ ମଧ୍ୟ ଆହ୍ୱାନ କରିଛନ୍ତି । ଓଡ଼ିଶା ସମାଚାର