Saturday , March 25 2023
Breaking News
Home / ବିଶେଷ / ବାଇକ ଚୋରି ଅଭିଯୋଗରେ ଯୁବକ ଗିରଫ

ବାଇକ ଚୋରି ଅଭିଯୋଗରେ ଯୁବକ ଗିରଫ

ଜୁନାଗଡ଼ , ୨୨/୦୫/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ )- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନ୍ତା ଅନ୍ତର୍ଗତ ବଣ୍ଡାକୁଟ୍ରା ଗ୍ରାମରୁ ଏକ ବାଇକ ଚୋରି ଅଭିଯୋଗରେ ଜଣେ ଯୁବକ ଗିରଫ ହେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୫ ତାରିଖ ରାତିରେ ଜୁନାଗଡ଼ ଥାନା ଅନ୍ତର୍ଗତ ବଣ୍ଡାକୁଟ୍ରା ଗ୍ରାମର ବସନ୍ତ ପାନଙ୍କ ଏକ ହୋଣ୍ଡା ସାଇନ ମୋଟର ସାଇକେଲ ନଂ ଓଡ଼ି ୦୮ ଯେ ୪୯୨୩ ଚୋରିହୋଇଗଲା । ବାଇକ ଚୋରି ହେବା ନେଇ ବସନ୍ତ ପାନ ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ଜୁନାଗଡ଼ ପୁଲିସ ପକ୍ଷରୁ କେଶ ନ. ୨୦୮ ତା ୦୬.୦୫.୨୦୨୨ ଆଇପିସି ଧାରା ୩୭୯ ରେ ଏକ କେଶ ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ବେଳେ ଧର୍ମଗଡ଼ ଥାନା ଅନ୍ତର୍ଗତ ସରଧାପୁର ଗ୍ରାମର ନକୁଳ ବିହାରୀଙ୍କ ପୁଅ ନାଗେଶ୍ୱର ବିହାରୀ(୨୦) ବାଇକ ଚୋରି କରି ନେଇଥିବା ନେଇ ଜଣାପଡିଥିଲା । ଏନେଇ ଗତ ୨୦ ତାରିଖରେ ଚୋରି ଅଭିଯୋଗରେ ପୁଲିସ ନାଗେଶ୍ୱରଙ୍କୁ ଗିରଫ କରିବା ସହ ମୋଟର ସାଇକେଲ କୁ ଉଦ୍ଧାର କରିଥିଲେ । ଅଭିଯୁକ୍ତ ନାଗେଶ୍ୱର ବିହାରୀଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.