ଜୁନାଗଡ଼, ୨୨/୦୫/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ)- ଜୁନାଗଡ଼ ବ୍ୟାଡମିନ୍ଟନ ଆସୋସିଏସନ୍ ଦ୍ୱାରା ଆଜି ଏକ ବନ୍ଧୁତ୍ୱ ପୂର୍ଣ୍ଣ ବ୍ୟାଡମିନ୍ଟନ ପ୍ରତିଯୋଗୀତା ଆୟୋଯିତ ହୋଇଯାଇଛି । ଏହି ପ୍ରତିଯୋଗୀତା ରେ ବାଳକ ବିଭାଗ ରେ ମୋଟ ୨୦ ଜଣ ଓ ବାଳିକା ବିଭାଗ ରେ ୨୨ ଜଣ ଖେଳାଳି ଅଂଶ ଗ୍ରହଣ କରିଥିଲେ । ଉକ୍ତ ପ୍ରତିଯୋଗିତା ରେ ବାଳକ ବିଭାଗ ଓ ବାଳିକା ବିଭାଗରେ ରଶ୍ମିତା ଶବର ଓ ମାନସ ନାୟକ ଦ୍ୱିମୁକୁଟ ହାସଲ କରି ଚାମ୍ପିଅନ୍ ହେଇଥିଲେ । ବାଳକ ବିଭାଗ ଡବଲ୍ସ ରେ ମାନବ ନାୟକ ଓ ଅଂଶୁମାନ ଭଣ୍ଡାରଘରିଆ, ଓ ସୁବ୍ରତ ପଟ୍ଟନାୟକ ଓ ମୋହିତ ବର୍ମା ଯଥାକ୍ରମେ ବିଜେତା ଓ ଉପ ବିଜେତା ହେଇଥିଲେ । ବାଳିକା ବିଭାଗରେ ରଶ୍ମିତା ଶବର ଓ ବିଶ୍ଵଲତା ସତନାମୀ ଓ ଜଲି ପରାଭୋଇ ଓ ସୁଫଳା ଶବର ଯଥାକ୍ରମେ ବିଜେତା ଓ ଉପବିଜେତା ହେଇଛନ୍ତି କ୍ଷ ସିଙ୍ଗଲ୍ ପ୍ରତିଯୋଗିତା ର ବାଳିକା ବିଭାଗ ରେ ରଶ୍ମିତା ଶବର ଓ ଜଲି ପରାଭୋଇ ଯଥାକ୍ରମେ ବିଜେତା ଓ ଉପବିଜେତା ହେଇଛନ୍ତି ଠିକ୍ ସେହିପରି ବାଳକ ବିଭାଗ ର ସିଙ୍ଗଲ୍ ରେ ମାନବ ନାୟକ ଓ ସୁବ୍ରତ ପଟ୍ଟନାୟକ ଯଥାକ୍ରମେ ବିଜେତା ଓ ଉପବିଜେତା ହେଇଛନ୍ତି । ସମସ୍ତ କୃତି ଖେଳାଳି ମାନଙ୍କୁ ଆଜିର ମୁଖ୍ୟ ଅତିଥି ଶ୍ରୀ କୈଳାସ ଚନ୍ଦ୍ର ମେହେର ପ୍ରାଧ୍ୟାପକ ରାଜନୀତି ବିଜ୍ଞାନ, ଜୁନାଗଡ଼ କଲେଜ, ଶ୍ରୀ ସରୋଜ କୁମାର ପଣ୍ଡା, କାର୍ୟ୍ୟକାରିଣୀ ସଭାପତି ଜୁନାଗଡ ବ୍ୟାଡମିନ୍ଟନ ଆସୋସିଏସନ୍, ସମ୍ପାଦକ ଶ୍ରୀ ସମୀର କୁମାର ସାହୁ, ସମ୍ମାନିତ ଅତିଥି ଶ୍ରୀ ବିଭୁତି ଭୁସନ୍ ପଣ୍ଡା, ଶ୍ରୀ ମାନସ ରଞ୍ଜନ ସାହୁ, ଶ୍ରୀ ଦିଲ୍ଲିପ କୁମାର ପଣ୍ଡା, ଶ୍ରୀ ସୁମନ ପାଣିଗ୍ରାହୀ ସମସ୍ତଙ୍କୁ ପୁରସ୍କୃତ କରିଥିଲେ । ଖେଳ ପରିଚାଳନା କରିଥିଲେ ସମୀର କୁମାର ସାହୁ, ଉମେଶ ଜୈନ, ଜଲି ପରା ଭୋଇ, ରଶ୍ମିତା ଶବର, ନିଖିଲ ପଟ୍ଟନାୟକ, ସ୍ମରଣ ଖମାରୀ । ଓଡ଼ିଶା ସମାଚାର
