Monday , September 25 2023
Breaking News
Home / ବିଶେଷ / ‘ଶାନ୍ତି ପଥ’ର ଚତୁର୍ଥ ବାର୍ଷିକ ଉତ୍ସବ – ବୁଦ୍ଧ ଓ ଗାନ୍ଧୀଙ୍କ ପ୍ରାସଙ୍ଗିକତା ଆଜି ବି ରହିଛି

‘ଶାନ୍ତି ପଥ’ର ଚତୁର୍ଥ ବାର୍ଷିକ ଉତ୍ସବ – ବୁଦ୍ଧ ଓ ଗାନ୍ଧୀଙ୍କ ପ୍ରାସଙ୍ଗିକତା ଆଜି ବି ରହିଛି

ଭୁବନେଶ୍ୱର , ୨୧/୦୫/୨୦୨୨( ଓଡ଼ିଶା ସମାଚାର )- ବିଶ୍ୱ ଶାନ୍ତି, ସମାଜ ସେବା, ଯୋଗ, ମାନବ କଲ୍ୟାଣର ସଂଗଠନ ‘ଶାନ୍ତି ପଥ’ର ଚତୁର୍ଥ ବାର୍ଷିକ ଉତ୍ସବ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମାର୍ଗଦର୍ଶକ ଭାବେ ସାରସ୍ୱତ ପ୍ରତିଭା ପ୍ରଫେସର ଧନେଶ୍ୱର ସାହୁ, ଜୟନ୍ତ ଦାସ, ଚନ୍ଦ୍ରବିଜୟୀ ମିଶ୍ର, ବିଜୟ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଗୌତମ ବୁଦ୍ଧ ଓ ଗାନ୍ଧୀଙ୍କ ପ୍ରାସଙ୍ଗିକତା ଆଜି ବି ରହିଛି ବୋଲି ମତବ୍ୟକ୍ତ କରିଥିଲେ । ବିଶ୍ୱ ଶାନ୍ତି, ଯୋଗ, ମାନବ କଲ୍ୟାଣକୁ ଗୁରୁତ୍ୱ ଦେଇ ଉକ୍ତ ସଂଗଠନ ଦୀର୍ଘ ୪ ବର୍ଷ ହେବ ରାଜ୍ୟର ବିଭିନ୍ନସ୍ତରରେ କାର୍ଯ୍ୟକରି ଆସୁଛି ବୋଲି ସଭାପତି ଶ୍ରୀଯୁକ୍ତ ମିଶ୍ର କହିଥିଲେ । ଆଜିର ସମାଜରେ ମନୁଷ୍ୟ ନିଜେ ସୁସ୍ଥ ରହିବା ସହିତ ଦୈନନ୍ଦିନ ଯୋଗ, ପ୍ରାଣାୟମ ଏବଂ ଜୀବନଚର୍ଯ୍ୟାରେ ଯଦି ସକରାତ୍ମକ ପରିବର୍ତନ ଆଣିପାରେ, ତେବେ ଏକ ସୁନ୍ଦର, ସମୃଦ୍ଧ ବିଶ୍ୱର ପରିକଳ୍ପନା ସମ୍ଭବ ହୋଇପାରିବ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଶାନ୍ତିପଥର ସୈନିକ ମଦନ ମୋହନ ପାଢୀ, ସୀତାଂଶୁ ଶେଖର ମହାରଣା, ଟି.କେ ରାହା, ନାରାୟଣ ଖୁଂଟିଆ, ଅଙ୍କନ ମିଶ୍ର, ଶୁଭେନ୍ଦ୍ର ପଟ୍ଟନାୟକ ଓ ଅରବିନ୍ଦ ତ୍ରିପାଠୀଙ୍କୁ ଅତିଥିମାନେ ଉତରୀୟ ଓ ବୃକ୍ଷଚାରା ଦେଇ ସମ୍ବର୍ଦ୍ଧିତ କରିଥିଲେ ।
‘ଶାନ୍ତିପଥ’ର ଅଧ୍ୟକ୍ଷ, ପ୍ରତିଷ୍ଠାତା ସମାଜସେବୀ ଶିବନାରାୟଣ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଯୁବ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରିୟବ୍ରତ ବାରିକ, ସ୍ୱାଗତିକା, ସତ୍ୟବ୍ରତ ପ୍ରମୁଖ କାର୍ଯ୍ୟକ୍ରମକକୁ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *