Saturday , April 1 2023
Breaking News
Home / ବିଶେଷ / ମିଶନଶକ୍ତି ମା ମାନଙ୍କୁ କାର୍ଯ୍ୟାଦେଶ ବଂଟନ ମେଳା 

ମିଶନଶକ୍ତି ମା ମାନଙ୍କୁ କାର୍ଯ୍ୟାଦେଶ ବଂଟନ ମେଳା 

ଗରଦପୁର, ୨୧/୦୫/୨୦୨୨( ଓଡ଼ିଶା ସମାଚାର )-ଗରଦପୁର ବ୍ଲକ୍ ସମ୍ମିଳନୀ କକ୍ଷରେ ଆଜି ଓଡ଼ିଶା ଜିବିକା ମିଶନ ପକ୍ଷରୁ ଏକ ମେଳା ଅନୁଷ୍ଠିତ ହୋଇଥିଲା । ବ୍ଲକ୍ ବିଡ଼ିଓ ରଂଜିତ କୁମାର ମଲିକ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବିଧାୟିକା ସାବିତ୍ରୀ ଅଗ୍ରୱାଲା, ବ୍ଲକ୍ ଅଧ୍ୟକ୍ଷ ଅଭୟ ମହାରାଜ, ବିଜେଡ଼ି କାର୍ଯ୍ୟକାରିଣୀ ସଦସ୍ୟ ସଂଜୟ ଅଗ୍ରୱାଲା ପ୍ରମୁଖ ଯୋଗ ଦେଇଥିଲେ । ମିଶନ ଶକ୍ତି ମା ମାନଙ୍କୁ ସ୍ୱାବଲମ୍ବୀ ହେବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ଉଦ୍ୟୋଗ କରିବା ପାଇଁ ଆର୍ଥିକ ସହାୟତାର କାର୍ଯ୍ୟାଦେଶ ବଂଟନ କରାଯାଇଥିଲା । ବିଧାୟିକା ଶ୍ରୀମତୀ ଅଗ୍ରୱାଲା କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ମିଶନ ଶକ୍ତି ର ମା ମାନଙ୍କୁ କାର୍ଯ୍ୟାଦେଶ ବଂଟନ କରିଥିଲେ । ଏଥିରେ ବ୍ଲକ୍ ର କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.