Tuesday , October 3 2023
Breaking News
Home / ସ୍ୱାସ୍ଥ୍ୟ / ମଙ୍କି ପକ୍ସ ଉପରେ ସତର୍କ ଦୃଷ୍ଟି ରଖିବାକୁ ଆଡଭାଇଜାରି ଜାରି

ମଙ୍କି ପକ୍ସ ଉପରେ ସତର୍କ ଦୃଷ୍ଟି ରଖିବାକୁ ଆଡଭାଇଜାରି ଜାରି

ଭୁବନେଶ୍ୱର , ୨୧/୦୫/୨୦୨୨( ଓଡ଼ିଶା ସମାଚାର )-ୟୁରୋପୀୟ ଦେଶରେ ମଙ୍କି ପକ୍ସ ଚିହ୍ନଟ ହେବା ପରେ ସବୁ ଦେଶରେ ତପ୍ତରତା ପ୍ରକାଶ ପାଇଛି । ଏଥିନେଇ ଭାରତରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପେଶାଲ ଆଡଭାଇଜାରି ଜାରି ହୋଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଡଭାଇଜାରି ଜାରି ହେବା ପରେ  ରାଜ୍ର ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖି କହିଛନ୍ତି କେନ୍ଦ୍ର ସରକାର ସବୁ ରାଜ୍ୟକୁ ଆଡ଼ଭାରଜାରି ଜାରି କରିଛନ୍ତି । ମଙ୍କି ପକ୍ସ  ପ୍ରତି ଆଲର୍ଟ ରହିବାକୁ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି । ତେବେ  ଭାରତରେ ଏଯାଏଁ ମଙ୍କି ପକ୍ସ ଚିହ୍ନଟ ହୋଇନାହିଁ । ଯଦି ମଙ୍କି ପକ୍ସ ଭଳି କିଛି ଲକ୍ଷଣ ଜଣାପଡେ, ଯେମିତିକି ଜ୍ୱର ହେବା, ଦେହ ମୁଣ୍ଡ ବଥା ହେବା ଓ ଦେହ ସାରା ଫଳିଯିବା, ଘା ହେବା ତାହା ହେଲେ ପୁନେକୁ ପରୀକ୍ଷା ଲାଗି ସାମ୍ପୁଲ ପଠାଯିବ । ମଙ୍କି ପକ୍ସ ହୋଇଛି ନା ନାହିଁ  ପରେ ତାହା ଜଣାପଡିବ । କିନ୍ତୁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *