ନୂଆପଡ଼ା, ୨୧/୦୫/୨୦୨୨( ଓଡ଼ିଶା ସମାଚାର )- ସିନାପାଲୀ ରାବଣା ଛକ ରେ ବାପ ପୁଅ ଙ୍କୁ ଗୁଳିମାଡ଼ ହୋଇଛି । ବାପ ପୁଅ ଏକ ବାଇକ୍ ରେ ଯାଉଥିବାବେଳେ ପଛଆଡ଼ୁ ଏକ କାର ଆସି ବାପ ପୁଅ ଙ୍କୁ ଗୁଳିମାଡ଼ କରିଥିଲେ । ଗୁଳିମାଡ଼ରେ ବାପ ପୁଅ ଆହତ ହୋଇଛନ୍ତି । ବାପ ପୁଅ ଙ୍କ ଗୋଡ଼ରେ ଗୁଳି ବାଜିଛି । ତେବେ କାର ରେ କିଏ ଥିଲେ , କାହିଁକି ବାପ ପୁଅ ଙ୍କୁ ଗୁଳି ମାଡ଼ କଲେ ତାହା ଜଣାପଡ଼ିନାହିଁ । ବାପ ପୁଅଙ୍କୁ ହସପିଟାଲ ରେ ଭର୍ତି କରାଯାଇଛି । ସିନାପାଲିର ଦୁଇ କପଡ଼ା ବ୍ୟବସାୟୀ ସରୋଜ ମେହେର ଓ ପୁଅ ନବରଂଜନ ମେହେର । ଓଡ଼ିଶା ସମାଚାର
