Wednesday , July 6 2022
Breaking News
Home / ବିଶେଷ / ପ୍ରାକ୍ତନ ଅଧ୍ୟକ୍ଷ କ୍ୟାପଟେନ ପ୍ରଭାକର ଶତପଥୀଙ୍କ ବିୟୋଗରେ କେନ୍ଦ୍ରାପଡା କଲେଜରେ ଶୋକ

ପ୍ରାକ୍ତନ ଅଧ୍ୟକ୍ଷ କ୍ୟାପଟେନ ପ୍ରଭାକର ଶତପଥୀଙ୍କ ବିୟୋଗରେ କେନ୍ଦ୍ରାପଡା କଲେଜରେ ଶୋକ

କେନ୍ଦ୍ରାପଡ଼ା, ୨୧/୦୫/୨୦୨୨( ଓଡ଼ିଶା ସମାଚାର )-କଲେଜର ପ୍ରାକ୍ତନ ଅଧ୍ୟକ୍ଷ କ୍ୟାପଟେନ ପ୍ରଭାକର ଶତପଥୀଙ୍କ ବିୟୋଗରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ କଲେଜ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବାର୍ଦ୍ଧକ୍ୟଜନିତ ରୋଗରେ ଗୁରୁବାର ରାତିରେ ଭୁବନେଶ୍ୱରସ୍ଥିତ ଏକ ବେସରକାରୀ ଡାକ୍ତରଖାନାରେ କ୍ୟାପଟେନ ଶତପଥୀଙ୍କ ଦେହାନ୍ତ ହୋଇଯାଇଛି । ଗତ ୧୯୮୫ରୁ ୮୭ମସିହା ପର୍ଯ୍ୟନ୍ତ ସ୍ୱର୍ଗତ ଶତପଥୀ ଏହି କଲେଜର ଅଧ୍ୟକ୍ଷ ଭାବେ ସୂଚାରୁ ରୂପେ ଦାୟିତ୍ୱ ସମ୍ପାଦନ କରିଥିଲେ । ତାଙ୍କ କାର୍ଯ୍ୟକାଳ ସମୟରେ ମହାବିଦ୍ୟାଳୟରେ ବହୁ ଉନ୍ନତିମୂଳକ କାର୍ଯ୍ୟ ହେବା ସେଙ୍ଗ ସେଙ୍ଗ ଶୈକ୍ଷିକ ବାତାବରଣରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇଥିଲା । ସଭା ପ୍ରାରମ୍ଭରେ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଶୋକସଭାରେ ପ୍ରାଧ୍ୟାପକ ଡଃ. ଦେବେନ୍ଦ୍ର ଗୋଛାୟତ, ସେଖ ସାହାବୁଦ୍ଧିନ ଅଲ୍ଲୀ, ଡଃ. ଜ୍ଞାନୀନ୍ଦ୍ର ଦାଶ, ବିଶ୍ୱରଞ୍ଜନ ପୁହାଣ, ରଞ୍ଜିତ କୁମାର ଦାସ ପ୍ରମୁଖ ବହୁ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ସ୍ୱର୍ଗତ ଶତପଥୀଙ୍କ କାର୍ଯ୍ୟାଧାରା ସମ୍ପର୍କରେ ଆଲୋକପାତ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସ୍ୱର୍ଗତ ଶତପଥୀଙ୍କ ପରିବାରବର୍ଗଙ୍କ ଉଦେଶ୍ୟରେ ଏକ ଶୋକବାର୍ତା ପଠାଇବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ଜଣେ ହେଲେ ପ୍ରାର୍ଥୀ ପତ୍ର ନ ନେଵାରୁ ସଦର ବ୍ଲକ ଚେୟାରମେନ ନିର୍ବାଚନ ଵାତିଲ

କଟକ ସଦର, ୦୬/୦୭/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା)-କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ଆଜି ବୁଧବାର ନିର୍ବାଚନ …

Leave a Reply

Your email address will not be published. Required fields are marked *