ଗରଦପୁର, ୨୧/୦୫/୨୦୨୨( ଓଡ଼ିଶା ସମାଚାର )-ସ୍ୱଳ୍ପ ଜମିରେ ବିବିଧ ପ୍ରକାରର ପନିପରିବା ଚାଷ କରି ଆତ୍ମ ନିର୍ଭରଶୀଳ ହୋଇଛନ୍ତି ଚାଷୀ ପ୍ରସନ୍ନ କୁମାର ସାହୁ । ଗରଦପୁର ବ୍ଲକ ଅନ୍ତର୍ଗତ ବେଡାରୀ ପଂଚାୟତର ଶ୍ରୀଚନ୍ଦନପୁର ଗ୍ରାମର ଚାଷୀ ପ୍ରସନ୍ନ କୁମାର ସାହୁ(୫୪) ନିଜର ୮ଗୁଣ୍ଠ ଜମିରେ ଭେଣ୍ଡି,ବାଇଗଣ ଓ ପୋଇ ଆଦି ପନି ପରିବା ଚାଷ କରିଛନ୍ତି । ଜମିରେ ଉପôାଦିତ ହେଉଥିବା ପନିପରିବାକୁ ପ୍ରସନ୍ନ ନିକଟସ୍ଥ ନୂଆପଡା ଓ ତାଳପଡା ସାପ୍ତାହିକ ହାଟରେ ବିକ୍ରୟ କରିବା ସହିତ ଆଖ ପାଖ ଗ୍ରାମମାନଙ୍କରେ ବୁଲି ବିକ୍ରୟ କରୁଛନ୍ତି । ସେଥିରୁ ଯେଉଁ ଅର୍ଥ ମିଳୁଛି ସେଥିରେ ତାଙ୍କର ୫ଜଣ ପରିବାରଙ୍କର ତେଲ ଲୁଣର ସଂସାରର ଗୁଜୁରାଣ ମେଂଟି ଯାଉଛି । କୃଷି କ୍ଷେତ୍ରରୁ ମିଳୁଥିବା ଅର୍ଥରେ ଘର ଖର୍ଚ୍ଚ ହେଉଥିବାବେଳେ,ଚାଷ କାର୍ଯ୍ୟ ପାଇଁ ବେଡାରୀ ସେବା ସମବାୟ ସମିତିରୁ ଋଣ କରିବାକୁ ପଡୁଛି ବୋଲି ସେ ପ୍ରକାଶ କରିଛନ୍ତି । ଉପôାଦିତ ଫସଲର ବଜାର ସୁବିଧା ନ ଥିବାବେଳେ, ଅନେକ ସମୟରେ ଦୈବି ଦୁର୍ବିପାକ ଚାଷୀଙ୍କୁ କ୍ଷତି ପହଂଚାାଉଥିବାରୁ ଠିକ୍ ସମୟରେ ସମିତିର ରୁଣ ପରିଶୋଧ କରିବାରେ ସମସ୍ୟା ହେଉଛି । ପନିପରିବା ଫସଲ ଚାଷ କରିଥିବା ପ୍ରସନ୍ନଙ୍କ ପାଇଁ ମୂଖ୍ୟ ସମସ୍ୟା ହେଉଛି ଜଳସେଚନ । ନିଜ ଉଦ୍ୟମରେ ଜମିରେ ଏକ ବୋର୍ ୱେଲ ନିର୍ମାଣ କରି ସେଥିରୁ ପାଣି ନେଇ ଚାଷ କାର୍ଯ୍ୟ କରୁଛନ୍ତି । ବୋର୍ ୱେଲକୁ ବିଦ୍ୟୁତ୍ ସଂଯୋଗ ପାଇଁ ମଧ୍ୟ ସମସ୍ୟା ଦେଖାଦେଉଛି । କୃଷି କ୍ଷେତ୍ର କୁ ବିଦ୍ୟୁତ ସଂଯୋଗପାଇଁ ବିଦ୍ୟୁତ ବିଭାଗ ଉଦାସିନ ରହୁଥିବା ସେ ଅଭିଯୋଗ କରିଛନ୍ତି । ୮ଗୁଣ୍ଠ ଜମି ମଧ୍ୟରୁ ୩ଗୁଣ୍ଠ ଜମିରେ ଭେଣ୍ଡି ଚାଷ କରିଥିବାବେଳେ,୩ଗୁଣ୍ଠ ଜମିରେ ବାଇଗଣ ଓ ୨ଗୁଣ୍ଠ ଜମିରେ ପୋଇ ଚାଷ କରିଛନ୍ତି । ଦୁଇ ଦିନ ଅନ୍ତରରେ ଉପôାଦିତ ହେଉଥିବା ଫସଲକୁ ସେ ନିକଟସ୍ଥ ସାପ୍ତାହିକ ହାଟ ବଜାର ଓ ଆଖ ପାଖ ଗାଁରେ ବୁଲି ବିକ୍ରୟ କରୁଛନ୍ତି । ଚାଷ ପାଇଁ କୃଷି ବିଭାଗ ପକ୍ଷରୁ କୌଣସି ସହାୟତା ଯୋଗାଇ ଦିଆଯାଇନଥିବା ସେ ପ୍ରକାଶ କରିଛନ୍ତି । ଚାଷ ଜମିରେ ଏକ ବୋର୍ ୱେଲ ପାଇଁ ସେ ଗରଦପୁର କୃଷି କାର୍ଯ୍ୟାଳୟକୁ ଦୌଡି ଦୌଡି ନିରାଶ ହୋଇ ଶେଷରେ ନିଜ ଉଦ୍ୟମରେ ଏକ ସ୍ୱଳ୍ପ ଗଭୀରର ବୋର୍ ୱେଲ ଖନନ କରି ଡିଜେଲ ପମ୍ପ ସାହାଯ୍ୟରେ ଫସଲରେ ପାଣି ମଡ଼ାଉଛନ୍ତି । ସରକାରଙ୍କ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ବିଭନ୍ନ ସମୟରେ ଚାଷୀ ମାନଙ୍କୁ ପନିପରିବା ମଞ୍ଜି ଯୋଗାଣ କରାଯାଉଥିବାବେଳେ, ତାଙ୍କୁ କେବେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ପନିପରିବା ମଞ୍ଜି ମିଳିନଥିବା ସେ ପ୍ରକାଶ କରିଛନ୍ତି । ଯଦି କୃଷି ବିଭାଗ ପକ୍ଷରୁ ପ୍ରକୃତ ଚାଷୀମାନଙ୍କୁ ଚିହ୍ନଟ କରାଯାଇ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦିଆଯାଇ ପାରନ୍ତା,ତେବେ ଯୁବ ଚାଷୀମାନେ ଚାଷ ପ୍ରତି ଆଗ୍ରହ ପ୍ରକାଶ କରି ଚାଷ କୁ ଜିବିକା ଭାବରେ ଗ୍ରହଣ କରି ପାରନ୍ତେ ବୋଳି ସେ ମତ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର
