Friday , March 31 2023
Home / ବିଶେଷ / ନାବାଳିକା ଉଦ୍ଧାର, ପ୍ରେମିକ କୋର୍ଟ ଚାଲାଣ

ନାବାଳିକା ଉଦ୍ଧାର, ପ୍ରେମିକ କୋର୍ଟ ଚାଲାଣ

ଗରଦପୁର, ୨୧/୦୫/୨୦୨୨( ଓଡ଼ିଶା ସମାଚାର )-ପାଟକୁରା ଥାନା ଅନ୍ତର୍ଗତ ଭଗବାନପୁର ଅଂଚଳର ନାବାଳିକା ଝିଅ ରୀନା ( ଛଦ୍ମନାମ ) କୁ ପାଟକୁରା ପୋଲିସ ଉଦ୍ଧାର କରି କୋରୁଆସ୍ଥିତ ସୁଧାର ଆଶ୍ରମକୁ ପଠାଇଥିବାବେଳେ ଡ଼େରାବିଶି ବ୍ଲକ୍ ହରିଅଙ୍କ ଗ୍ରାମର ନାବାଳକ ପ୍ରେମିକ ରାଜାକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନାରୁ ପ୍ରକାଶ ଯେ ୮ମ ଶ୍ରେଣୀରେ ପଢ଼ୁଥିବା ରୀନା (୧୪) ଙ୍କୁ ଦୁଇ ଦିନ ତଳେ ହରିଅଙ୍କ ଗ୍ରାମର ନାବାଳକ ପ୍ରେମିକ ରାଜା ମଳିକ ସାଥିରେ ନେଇ ଯାଇଥିଲା । ଏ ସମ୍ପର୍କରେ ଝିଅର ପିତା ପାଟକୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ସଦର ଥାନା ଅନ୍ତର୍ଗତ ହରିଅଙ୍କ ଗ୍ରାମରୁ ରାଜା ଓ ରୀନା ଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ । ପୋଲିସ ନାବାଳିକା ରୀନା ଙ୍କୁ କୋରୁଆସ୍ଥିତ ସୁଧାର ଆଶ୍ରମକୁ ପଠାଇଦେଇଥିବାବେଳେ ରାଜାଙ୍କୁ କେନ୍ଦ୍ରାପଡ଼ା ଏସଡ଼ିଜେଏମ କୋର୍ଟକୁ ଚାଲାଣ କରିଥିବା ଜଣାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.