କେନ୍ଦ୍ରାପଡ଼ା, ୨୧/୦୫/୨୦୨୨( ଓଡ଼ିଶା ସମାଚାର )-କେନ୍ଦ୍ରାପଡା ବ୍ଲକ ଅଧିନସ୍ଥ ବଜ୍ରସୁନା ରାମାୟଣ କଳାସଂସ୍ଥାର ରାମାୟଣରେ ଦଶରଥ ଭୂମିକା ଏବଂ ରାବଣ ଭୂମିକାରେ ଅଭିନୟ କରୁଥିବା କଳାକାର ଉତ୍ସବ ସାମଲଙ୍କର ୯୧ ବର୍ଷ ବୟସରେ ଜନ୍ମସ୍ଥାନ ଦୁତିଆଳ ଗ୍ରାମରେ ଦେହାନ୍ତ ହୋଇଛି । ଖବର ପ୍ରସାରିତ ହେଲାପରେ ଅଧ୍ୟାପକ ଅଜୟ ସାମଲ, ନାଟ୍ୟସଂସ୍ଥାର ପରିଚାଳକ ଜଗବନ୍ଧୁ କର, ପୂର୍ବତନ ନାଟ୍ୟକାର ହରେକୃଷ୍ଣ ନାୟକ ସମେତ ବହୁ କଳାକାର ତାଙ୍କ ବାସଭବନରେ ପହଁଚି ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସେ ଜଣେ ସଫଳ କୃଷକ ଏବଂ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡିତ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଓଡ଼ିଶା ସମାଚାର