ଗରଦପୁର, ୨୧/୦୫/୨୦୨୨( ଓଡ଼ିଶା ସମାଚାର )- ଗରଦପୁର ବ୍ଲକ୍ ଅନ୍ତର୍ଗତ ବଙ୍ଗାଳପୁର ଗ୍ରାମ ପଂଚାୟତର ଚଁ ପୁର ହାଟ ଠାରେ ଏକ ମାର୍କେଟ କମ୍ପ୍ଲେକ୍ସ ର ଭିତିପ୍ରସ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ୍ ଅଧ୍ୟକ୍ଷ ଅଭୟ ମହାରାଜ, ବିଡ଼ିଓ ରଂଜିତ କୁମାର ମଲିକ୍ , ସ୍ଥାନୀୟ ସରପଂଚ ଅମିୟ କୁମାର ଜେନା, ସମିତି ସଭ୍ୟା ମହେଶ୍ୱତା ସାମଲ ଙ୍କ ସମେତ ବ୍ଲକ୍ ର ସହକାରୀ ଯନ୍ତ୍ରୀ, କନିଷ୍ଟ ଯନ୍ତ୍ରୀ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସମାଚାର
