Tuesday , May 30 2023
Breaking News
Home / ତାଜା ଖବର / ଗୋ ଚାଲାଣକାରୀଙ୍କ ଗୁଳି ମାଡ଼ରେ ୨ ଗୋ ସୁରକ୍ଷା କର୍ମୀ ଗୁରୁତର ଆହତ, ୧୧ ଅଟକ

ଗୋ ଚାଲାଣକାରୀଙ୍କ ଗୁଳି ମାଡ଼ରେ ୨ ଗୋ ସୁରକ୍ଷା କର୍ମୀ ଗୁରୁତର ଆହତ, ୧୧ ଅଟକ

କରଞ୍ଜିଆ ୨୧/୦୫/୨୦୨୨( ଓଡ଼ିଶା ସମାଚାର )- ଜଶୀପୁର ଥାନା ୪୯ ନମ୍ବର ଜାତୀୟ ରାଜପଥ ବେଗୁନିଆ ଟୋଲଗେଟ ନିକଟରେ ଆଜି ଭୋର ପ୍ରାୟ ୪ଟା ସମୟରେ ଘଟିଛି ଗୁଳିକାଣ୍ଡ । ଗୋ ଚାଲାଣକାରୀଙ୍କ ଗୁଳି ମାଡ଼ରେ ୨ ଜଣ ଗୋ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି । ଜଣଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ଅନ୍ୟଜଣଙ୍କ ହାତରେ ଗୁଳି ବାଜିଥିବା ଜଣାପଡ଼ିଛି ।

ଆଜି ଭୋର ୪ଟା ସମୟରେ କିଛି ଗୋ ଚାଲାଣକାରୀ ୮ଟି ୧୬ଚକିଆ ଟ୍ରକରେ କଲିକତା ଅଭିମୁଖେ ଗୋ ଚାଲାଣ କରୁଥିବା ଖବର ପାଇ କଟକ ଶାଖାର ଦେଵସେନା ଓ ବଜରଙ୍ଗଦଳର ଗୋ ସୁରକ୍ଷା କର୍ମୀ କେନ୍ଦୁଝରରୁ ପିଛାକରି ବେଗୁନିଆ ଟୋଲଗେଟ ନିକଟକୁ ଯାଇ ଗାଡିକୁ ଅଟକାଇବା ପାଇଁ ଚେଷ୍ଟା କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହଇଥିଲା । ପାଟିତୁଣ୍ଡ ଏତେ ଉଗ୍ରଥିଲା ଯେ ଗୋ ଚାଲାଣକାରୀ ଗୋ ସୁରକ୍ଷା କର୍ମୀ ଉପରକୁ ଅତର୍କିତ ଭାବେ ପ୍ରାୟ ୪୦ରାଉଣ୍ଡ ଗୁଳିଚାଳନା କରିଥିଲେ । ଫଳରେ ଦୁଇ ଗୋସୁରକ୍ଷା କର୍ମୀ ଗୁରୁତର ହୋଇଥିବାରୁ ତାଙ୍କୁ ପ୍ରଥମେ ଯଶୀପୁର ଓ ପରେ ବାରିପଦା ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଘଟଣାକୁ ଗୁରୁତର ସହିତ ନେଇ ଜଶୀପୁର ପୋଲିସ ନେଇ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଛି । ଘଟଣା ସ୍ଥଳରୁ ଦୁଇଟି ବୋଲେରୋ ଗାଡିରେ ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଥିବା ବେଳେ ପୋଲିସ ୧୧ ଜଣଙ୍କୁ ଧରି ଅଟକ ରଖି ପଚରା ଉଚୁରା କରୁଛି  । ଚାରୋଟି ୪ ଚକିଆ ଗାଡି ସହ ଗୋଟିଏ ୧୬ ଚକିଆ ଟ୍ରକ ଜବତ । ତାଙ୍କ ଠାରୁ ବନ୍ଧୁକ ସହିତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରିଛି ପୋଲିସ । ଓଡ଼ିଶା ସମାଚାର

Leave a Reply

Your email address will not be published.