Friday , July 1 2022
Breaking News
Home / ବିଶେଷ / କେନ୍ଦ୍ରାପଡା-ଗଣ୍ଡାକିଆ ରାସ୍ତାରେ ଭାରିଯାନ ଚଳାଚଳକୁ ବିରୋଧ

କେନ୍ଦ୍ରାପଡା-ଗଣ୍ଡାକିଆ ରାସ୍ତାରେ ଭାରିଯାନ ଚଳାଚଳକୁ ବିରୋଧ

କେନ୍ଦ୍ରାପଡ଼ା, ୨୧/୦୫/୨୦୨୨( ଓଡ଼ିଶା ସମାଚାର )- କେନ୍ଦ୍ରାପଡା ସାନ୍ତସାହି – ଗଣ୍ଡାକିଆ ରାସ୍ତାରେ ଭାରିଯାନ ଚଳାଚଳକୁ ସ୍ଥାନୀୟ ବୁଦ୍ଧିଜୀବିମାନେ ବିରୋଧ କରିଛନ୍ତି । ସାନ୍ତସାହି ଠାରୁ ଗଣ୍ଡାକିଆ ପର୍ଯ୍ୟନ୍ତ ପ୍ରାୟ ୧୨ କି.ମି ରାସ୍ତାରେ ଦୈନିକ ଶହ ଶହ ସଂଖ୍ୟାରେ ଦଶ ଚକିଆ ଓ ହାଇୱା ସମେତ ଅନ୍ୟାନ୍ୟ ଭାରିଯାନ ଚଳାଚଳ ଯୋଗୁଁ ସାଧାରଣ ଯାତାୟତରେ ଘୋର ଅସୁବିଧା ସୃଷ୍ଟି ହେଉଛି । ଦୈନିକ ଏହି ରାସ୍ତା ଦେଇ ଶହଶହ ଲୋକ ଜିଲ୍ଲା ସଦର ମହକୁମାକୁ ଯାତାୟତ କରିବା ସହିତ ଛାତ୍ରଛାତ୍ରୀମାନେ ସ୍କୁଲ କଲେଜକୁ ଯିବା ଆସିବା କରିଥାନ୍ତି । ଭାରିଯାନ ଚଳାଚଳ ଯୋଗୁଁ ବିଶେଷ କରି ବୃଦ୍ଧ, ବୁଦ୍ଧା ଶିଶୁ, ଏବଂ ୨ ଚକିଆ ଗାଡି ଚାଳକମାନଙ୍କ ପ୍ରତି ବିପଦ ଦେଖାଦେଇଛି । ଏଥିସହିତ ଏହି ରାସ୍ତା ଦେଇ ଭାରିଯାନ ଗୁଡିକ ନିର୍ମାଣ ସାମଗ୍ରୀ ଧରି ରାଜନଗର, ପଟ୍ଟାମୁଣ୍ଡାଇ ଓ ମହାକାଳପଡା ଆଦି ଅଂଚଳକୁ ଯିବା ଆସିବା କରିଥାନ୍ତି । ଗତ ଅପ୍ରେଲ ମାସ ୨୯ ତାରିଖ ଦିନ ଆୟବା ଛକ ନିକଟରେ ଏକ ହାଇୱା ଦୁର୍ଘଟଣାରେ ସାରଙ୍ଗ ଗ୍ରାମର ୨ ଜଣ ଯୁବକ ଗୁରୁତର ଆହତ ହୋଇ ଏବେ ସୁଦ୍ଧା କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଭାରିଯାନ ଚଳାଚଳ ଦିଗରେ ନିଷେଧାଦେଶ ଜାରି କରିବାକୁ ଗଣ୍ଡାକିଆ ନରଣପୁର ଗ୍ରାମର ବରିଷ୍ଠ ନାଗରିକ ତଥା ବୁଦ୍ଧିଜୀବି ଅମିୟ କୁମାର ସ୍ୱାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଶ୍ରୀସତ୍ୟସାଇ ସେବା ସମିତିର ଶ୍ରୀବଳଦେବଜୀଉ ମନ୍ଦିର ସଫେଇ

କେନ୍ଦ୍ରାପଡ଼ା, ୦୧/୦୭/୨୦୨୨(ଓଡ଼ିଶା ସମାଚାର)-ପବିତ୍ର ଶ୍ରୀଗୁଣ୍ଡିଚାରେ ଇଛାପୁରସ୍ଥିତ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିସରକୁ ଶ୍ରୀ ସତ୍ୟସାଇ ସେବା ସମିତି, କେନ୍ଦ୍ରାପଡା ପକ୍ଷରୁ …

Leave a Reply

Your email address will not be published. Required fields are marked *