ଗରଦପୁର, ୨୦/୦୫/୨୦୨୨( ଓଡ଼ିଶା ସମାଚାର )-ପାଟକୁରା ନିକଟରେ ଚିତ୍ରୋତ୍ପଳା ଦକ୍ଷିଣ ପାଶ୍ୱର୍ ନଦୀ ତୀରରେ ୪କୋଟି ୮୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୬ ଟି ପଥର ବୁରୁଜ ସହିତ ୫୦୦ ମିଟର ପଥର ପ୍ୟାକିଙ୍ଗ ଓ ଲମ୍ପିଂ କାର୍ଯ୍ୟ ଗତ ଫେବୃଆରୀ ମାସ ଠାରୁ କରାଯାଉଛି । ପାଟକୁରା ଜଳ ସମ୍ପଦ ବିଭାଗ ପକ୍ଷରୁ ଠିକା ସଂସ୍ଥା ଜରିଆରେ କରାଯାଉଥିବା ଏହି ନିର୍ମାଣ କାର୍ଯ୍ୟ ଆଗାମୀ ବର୍ଷା ଦିନ ପୂର୍ବରୁ ଶେଷ ହେବ କି ନାହିଁ , ସଂଶୟ ସୃଷ୍ଟି ହୋଇଛି । ଚିତ୍ରୋପôଳା ନଦୀର ଏହି ଠାରେ ବାଙ୍କ ରହିଥିବାରୁ ବନ୍ୟା ସମୟରେ ବନ୍ୟା ସ୍ରୋତରେ ୫୦୦ ମିଟରରୁ ଉଦ୍ଧ୍ୱର୍ ନଦୀ ତଟରୁ ନିରବଚିନ୍ନ ଭାବରେ ଅତଡ଼ା ଧସୁଥିଲା । ସେଥିପାଇଁ ପାଟକୁରା ଓ ସମସରା ଗ୍ରାମବାସୀଙ୍କର ଥିବା ଚାଷ ଜମିର ମୃତିକା କ୍ଷୟ ହେଉଥିଲା । ଏଥି ସହିତ ପାଟକୁରା ନଦୀବନ୍ଧ ର ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଥିଲା । ଏହାର ନିରାକରଣ ପାଇଁ ଗତ ୪ ବର୍ଷ ଧରି ପାଟକୁରା ଜଳସମ୍ପଦ ବିଭାଗ ଉଦ୍ୟମ କରି ଆସୁଥିଲା । ତେବେ ଚଳିତ ବର୍ଷ ଏହି ପ୍ରକଳ୍ପକୁ ବିଭାଗୀୟ ମଂଜୁର କରାଯାଇ ଟେଣ୍ଡର କରାଯାଇଥିଲା । ଠିକା ସଂସ୍ଥା ଜରିଆରେ ପାଟକୁରା ଜଳସମ୍ପଦ ବିଭାଗର ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟ କରାଯାଉଛି । ୬ ଟି ବୁରୁଜ ନିର୍ମାଣ ସହିତ ୫୦୦ ମିଟର ପଥର ପ୍ୟାକିଙ୍ଗ ଓ ପଥର ଲମ୍ବିଂ କରାଯିବା କୁ ସ୍ଥିର ହୋଇଛି । ଆଉ ଦିନ କେଇଟାରେ ମୌସୁମୀ ପହଂଚିବ । ବର୍ଷା ଦି ଅସରା ହେଲେ ନଦର ତଟକୁ ହାଇୱା ଭାରିଯାନରେ ପଥର ପହଂଚିବା ଅସମ୍ଭବ ହୋଇପଡ଼ିବ । ୬ ଟି ବୁରୁଜ ମଧ୍ୟରୁ ଆଜି ସୁଦ୍ଧା ୪ ଟି ବୁରୁଜ ଶେଷ ହୋଇଥିବାବେଳେ ୨ ଟି ବୁରୁଜ ନିର୍ମାଣ ଅଧା ହୋଇଛି । ପଥର ପ୍ୟାକିଙ୍ଗ ଓ ପଥର ଲମ୍ପିଂ ୭୦ ଭାଗ ଶେଷ ହୋଇଥିବାବେଳେ ଆହୁରୀ ୩୦ ଭାଗ କାର୍ଯ୍ୟ ବାକି ରହିଛି । ଏହି କାର୍ଯ୍ୟକୁ ଜଳସମ୍ପଦ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ସହକାରୀ ମୁଖ୍ୟ ଯନ୍ତ୍ରୀ ବିଶ୍ୱ ମୋହନ ବରାଳ , କେନ୍ଦ୍ରାପଡ଼ା ଡ଼ିଭିଜନ୍ ର ଅଧିକ୍ଷଣ ଯନ୍ତ୍ରୀ ପ୍ରବୋଧ କୁମାର ରାଉତ , ଏସଡ଼ିଓ ଆଶିସ ସ୍ୱାଇଁ ଙ୍କ ସମେତ କନିଷ୍ଠ ଯନ୍ତ୍ରୀ ଇଂ ଦୁଶାସନ ବାରିକ ତଦାରଖ କରୁଛନ୍ତି । ଆଗାମୀ ବର୍ଷା ଦିନ ପୂର୍ବରୁ କାମ ଶେଷ କରିବାକୁ ସାଧାରଣରେ ଦାବି କରାଯାଇଛି । ଏ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ଶ୍ରୀ ବାରିକଙ୍କୁ ପଚାରିବାରେ ଏହି କାମର ଅବଧି ଫେବୃଆରୀ ରୁ ଆସନ୍ତା ସେପ୍ଟେମ୍ବର ପର୍ଯ୍ୟନ୍ତ ରହିଥିବା ସୂଚନା ଦେବା ସହିତ ସାଧାରଣ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ବର୍ଷା ଦିନ ଆସିବା ପୂର୍ବରୁ କାମ ଶେଷ ହୋଇଯିବା ପାଇଁ ଯୋରଦାର ପ୍ରଚେଷ୍ଟା କରାଯାଉଥିବା ସେ ସୂଚନା ଦେଇଥିଲେ । ଓଡ଼ିଶା ସମାଚାର