Friday , July 1 2022
Breaking News
Home / ବିଶେଷ / ତେଣ୍ଡାକୁଡ଼ା ଠାରେ ଜଲସା ‘ ତାହାଫୁଜେ ଖତମେ ନବୁଅତ୍ ’ 

ତେଣ୍ଡାକୁଡ଼ା ଠାରେ ଜଲସା ‘ ତାହାଫୁଜେ ଖତମେ ନବୁଅତ୍ ’ 

ଗରଦପୁର, ୨୦/୦୫/୨୦୨୨( ଓଡ଼ିଶା ସମାଚାର )- ଇସଲାମ୍ ଧର୍ମରୁ କୁ ସଂସ୍କାର, ହିଂସା,ଅସୂୟା ଭାବ , ବିଦ୍ୱେଷ ଓ ଭିନ୍ନ ମତ ଦୂର କରିବା ପାଇଁ ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ଠାରେ ତେଣ୍ଡାକୁଡ଼ା ଜଲସା କମିଟି ଓ ସ୍ଥାନୀୟ ବୁଦ୍ଧିଜୀବୀ, ବିଦ୍ୱାନ, ପଣ୍ଡିତ, ସ୍ୱେଛାସେବୀ , ଲୋକ ପ୍ରତିନିଧି ଓ ମାନ୍ୟ ଗଣ୍ୟ ବ୍ୟକ୍ତିଙ୍କ ସହଯୋଗରେ ‘ତାହାଫୁଜେ ଖତମେ ନବୁଅତ୍’ ଶର୍ଷକ ଏକ ଜଲସା / ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯାଇଛି ।

ଏହି କାର୍ଯ୍ୟକ୍ରମରେ ପୂଜ୍ୟ ପୂଜକ , ସମାଜ ସଂସ୍କାରକ , ପଦ୍ମଶ୍ରୀ ବାବା ବଳିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବାବା ବଳିଆ କହିଲେ ଯେଉଁ ଯୁବ ସମାଜ , ସେ ହିନ୍ଦୁ ହେଉ କି ମୁସଲମାନ ହେଉ କି ଖ୍ରୀଷ୍ଟିଆନ୍ ହେଉ ଆଜି ପଥ ଭ୍ରଷ୍ଟ ହୋଇ ଯାଉଛନ୍ତି , ନୀତି ଭ୍ରଷ୍ଟ ହୋଇ ଯାଉଛନ୍ତି , ସେମାନେ ଭଲ ବାଟକୁ ଫେରି ଆସନ୍ତୁ । ପୂର୍ବତନ ରାଷ୍ଟ୍ରପତି ଅବ୍ଦୁଲ କାଲାମ ଗୋଟିଏ ଶବ୍ଦ କହିଥିଲେ – ସର୍ବ ଶକ୍ତିମାନ । ଏ ସୃଷ୍ଟିରେ ଜଣେ ହେଉଛି ସର୍ବ ଶକ୍ତିମାନ । ଆପଣମାନେ ଆଲା କହୁଛନ୍ତି ତ ଆଉ କିଏ କଣ କହୁଛି । ହେଲେ ସର୍ବ ଶକ୍ତିମାନ ଜଣେ । ସର୍ବ ଶକ୍ତିମାନ ଆମ ମଣିଷ ସମାଜକୁ ଗଢ଼ିଛି । ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ୍,ବୌଦ୍ଧ, ଜୈନ ଏତେସବୁ ମାନବ ସମାଜ ଗଢ଼ି ଉଠିଛି । ମୁଁ ଆଖିରେ ଦେଖୁଛି, କାନରେ ଶୁଣୁଛି, ପାଟିରେ ଖାଉଛି, କଥା କହୁଛି । ସମସ୍ତେ ମଧ୍ୟ ସେଇଆ କରୁଛନ୍ତି । ଭୋକ କଲେ ଖାଦ୍ୟ ଖାଉଛୁ, ଶୋଷ କଲେ ପିଉଛୁ । ସେହି ସର୍ବ ଶକ୍ତିମାନ ପବନ ସୃଷ୍ଟି କରିଛନ୍ତି, ଥଣ୍ଡା ସୃଷ୍ଟି କରିଛନ୍ତି , ଗ୍ରୀଷ୍ମ ସୃଷ୍ଟି କରିଛନ୍ତି । ସେ ଗ୍ରୀଷ୍ମ , ବର୍ଷା, ଶୀତ, ଶରତ, ବସନ୍ତ ଆଦି ସୃଷ୍ଟି କରିଛନ୍ତି । ଏ ସବୁ କୁ ସେହି ଜଣେ ସୃଷ୍ଟି କରିଛନ୍ତି । ତେଣୁ ମନେ ରଖିବା ଉଚିତ ଯିଏ ଆପଣ ମାନଙ୍କୁ ସୃଷ୍ଟି କରିଛନ୍ତି , ତାଙ୍କୁ ଆମେ ସ୍ମରଣ କରିବା ସହିତ ତାଙ୍କର କୀର୍ତିକୁ ଗାନ କରିବା । କାହା ପାଇଁ ନମାଜ ତ ଆଉ କାହାପାଇଁ ବେଦ । ପରିଶ୍ରମ କରି ଯାହା ଅର୍ଥ ଉପାର୍ଜନ କରିବା ସେଥିରୁ ନିଯେ ବଂଚିବା, ପରିବାର ବଂଚାଇବା ଓ ସେଥିରୁ ଯତ୍ କିଂଚିତ ସଂଚୟ କରି ତୀର୍ଥ ଦର୍ଶନ କରିବା । ସେହିପରି ଗରୀବ ଲୋକଙ୍କୁ ଦାନ କରିବା, ଭୋକିଲା ଲୋକଙ୍କ ମୁହଁରେ ଦାନା ଦେବା । ଦୂର୍ଘଟଣାଗ୍ରସ୍ତ ଲୋକକୁ ସାହାଯ୍ୟ କରିବା । ନିଶା ସେବନ ଛାଡ଼ି ବୃକ୍ଷ ରୋପଣ କରିବା, ଅନ୍ଧ ବିଶ୍ୱାସ ଠାରୁ ଦୂରେଇ ରହିବା , ହିନ୍ଦୁ ମୁସଲମାନ ଭାଇଚାରା ରକ୍ଷା କରିବା ଆଦି ସମ୍ପର୍କରେ ପଦ୍ମଶ୍ରୀ ବାବା ବଳିଆ ପରାମର୍ଶ ଦେଇଥିଲେ । ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲା, ହଜରତ ମୌଲାନା ମୁଫତି ଜନାବ ମହମ୍ମଦ ରାସିଦ ସାହାବ କାଶମୀ ଓ ହଜରତ ମୌଲାନା ଜନାବ ମହମ୍ମଦ ସାହା ଆଲାମ ସାହେବ କାଶମୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।

 ସଂସ୍କାରଧର୍ମୀ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ଭାବେ ତେଣ୍ଡାକୁଡ଼ା ର ସେକ୍ ଅସଫାକ୍(ମୁନସୀ),ଚାଟରା ର ମୌଲାନା ଅବଦୁଲ ୱାହୀଦ, ନଇନ ପୁର ର ମୌଲାନା ଏକ୍ରାମମୁଲ ହକ ,ମୌଳାନା ମୁଫତି ତେହେମିଦ ସାହାବ ,ସୟଦ ଜମିଲ ଅକ୍ତର, ଅତାଉର ରହେମାନ, ରାଇସୁଙ୍ଗୁଡ଼ା ର ମୌଲାନା ଗାନିମ ସାହାବ , ମହମ୍ମଦପୁରର  ସେକ୍ ଜଲାଲୁଦ୍ଧିନ୍ ଅହମ୍ମଦ, କୃଷ୍ଣାନନ୍ଦପୁର ର ମୌଲାନା ଗୁଫରାନ ସାହାବ ସ୍ଥାନୀୟ ତେଣ୍ଡାକୁଡ଼ା ସରପଂଚ ମାନସ କୁମାର ରାଉତ ଙ୍କ ସମେତ ପଂଚାୟତର ଯୁବକ, ଛାତ୍ର ଓ ହିନ୍ଦୁ ମୁସଲମାନ ଭାଇ ମାନଙ୍କ ମିଳିତ ଉଦ୍ୟମରେ ଜଲସା ଟି  ସଫଳ ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

ଶ୍ରୀସତ୍ୟସାଇ ସେବା ସମିତିର ଶ୍ରୀବଳଦେବଜୀଉ ମନ୍ଦିର ସଫେଇ

କେନ୍ଦ୍ରାପଡ଼ା, ୦୧/୦୭/୨୦୨୨(ଓଡ଼ିଶା ସମାଚାର)-ପବିତ୍ର ଶ୍ରୀଗୁଣ୍ଡିଚାରେ ଇଛାପୁରସ୍ଥିତ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିସରକୁ ଶ୍ରୀ ସତ୍ୟସାଇ ସେବା ସମିତି, କେନ୍ଦ୍ରାପଡା ପକ୍ଷରୁ …

Leave a Reply

Your email address will not be published. Required fields are marked *