Friday , July 1 2022
Breaking News
Home / ବିଶେଷ / ତାଳଦଣ୍ଡା କେନଲେ ରେ ନିମ୍ନ ମାନର ଗାର୍ଡ଼ ୱାଲ କାର୍ଯ୍ୟ , ତଦନ୍ତ ପାଇଁ ଦାବି

ତାଳଦଣ୍ଡା କେନଲେ ରେ ନିମ୍ନ ମାନର ଗାର୍ଡ଼ ୱାଲ କାର୍ଯ୍ୟ , ତଦନ୍ତ ପାଇଁ ଦାବି

ତାରପୁର, ୨୦/୦୫/୨୦୨୨( ଓଡ଼ିଶା ସମାଚାର )-ମହାନଦୀ ସାଉଥ୍ ଜଳସମ୍ପଦ ବିଭାଗ କିଶନନଗର ସବ ଡ଼ିଭିଜନ୍ କୂଳସାହି କନିଷ୍ଠ ଯନ୍ତ୍ରୀ ଅଧିନରେ କୂଳସାହି ଠାରେ ତାଳଦଣ୍ଡା କେନାଲ ମଧ୍ୟରେ ଚାଲିଥିବା ଗାର୍ଡ଼ ୱାଲ କାର୍ଯ୍ୟ ନିମ୍ନ ମାନର ହେଉଥିବା ଅଭିଯୋଗ ହେଉଅଛି । ୩୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୧୦୦ ମିଟର ଲମ୍ବ ଏହି ଗାର୍ଡ଼ ୱାଲ ରେ ସାଧାରଣ ଲୋକଙ୍କ ଅବଗତି ନିମନ୍ତେ କୌଣସି ସୂଚନା ଫଳକ ନଥିବାବେଳେ ୨୦ ସାଇଜ ମେଂଟାଲ ସ୍ଥାନରେ ୪୦ ଓ ୬୦ ସାଇଜ ର ମେଂଟାଲ ୮ ଏମ ଏମ ର ପୁରୁଣା ରଡ଼୍ ସହିତ ନିମ୍ନ ମାନର ସିମେଂଟ ବ୍ୟବହାର କରାଯାଉଛି । ଗାର୍ଡ଼ ୱାଲ ଅଧା ହୋଇଥିବାବେଳେ ଏଥିରେ ପାଣି ଦିଆଯାଉନାହିଁ । ଫଳରେ ଏହି ଗାର୍ଡ଼ ୱାଲ ର ସ୍ଥାୟିତ୍ୱକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନେକ ସମୟରେ ଏଠାରେ ଘଳିଆ ପଡ଼ୁଥିବା ଯନ୍ତ୍ରୀ କହୁଥିବାବେଳେ ସେମିତି କିଛି ହେଉନାହିଁ ବୋଲି ସ୍ଥାନୀୟ ଚାଷୀମାନେ ପ୍ରକାଶ କରିଛନ୍ତି । ସରକାରଙ୍କ ଟଙ୍କାକୁ ହରିଲୁଟ କରିବା ପାଇଁ ଏଠାରେ ଗାର୍ଡ଼ ୱାଲ ହେଉଥିବା ଚାରିଆଡ଼େ ଆଲୋଚନା ହେଉଛି । ଏହିପରି ଏକ ଗାର୍ଡ଼ ୱାଲ ତାରପୁର ଲକ୍ ନିକଟରେ ଗତବର୍ଷ ହୋଇଥିବାବେଳେ ନିର୍ମାଣର ମାସେ ପରେ ତାହା ଭୁଷୁଡ଼ି ପଡ଼ିଥିଲା । ବନ୍ୟା ପରେ ଏହି ଗ୍ରାମକୁ ଘଳିଆ ପଡ଼ି ଗ୍ରାମ ଜଳାର୍ଣ୍ଣବ ହେଉଥିବାବେଳେ ତାହାକୁ ପୁନର୍ବାର ମରାମତି କରାନଯାଇ ଅଦରକାରୀ ଓ ନିଛାଟିଆ ଯାଗାରେ ହେଉଥିବା ଏହି ଗାର୍ଡ଼ ୱାଲ କାହା ସ୍ୱାର୍ଥରେ ବୋଲି ଲୋକମାନେ ପ୍ରଶ୍ନ କରିଛନ୍ତି । ଗାର୍ଡ଼ ୱାଲ ନାମରେ ସରକାରଙ୍କ ଟଙ୍କାକୁ ଯନ୍ତ୍ରୀ ଓ ଠିକାଦାର ନିଜ ନିଜ ଭିତରେ ବାଠିନେବା ପାଇଁ ଏହି ଗାର୍ଡ଼ ୱାଲ ହେଉଥିବା ସେମାନେ ଅଭିଯୋଗ କରିଥିବାବେଳେ ଏହାକୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ତାରପୁର ପୂର୍ବତନ ସମିତି ସଭ୍ୟ ସରୋଜ କୁମାର ଦାଶ, ଲକ୍ଷ୍ମଣ ଦାଶ, ମଧୁସୂଦନ ସାହୁ, ସନ୍ତୋଷ ବାରିକ, ଟୁକୁନା ସେଠୀ ପ୍ରମୁଖ ଜଗତସିଂହପୁର ଜିଲାପାଳଙ୍କ ନିକଟରେ ଦାବି କରିଥିବାବେଳେ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ପ୍ରମୋଦ କୁମାର ବେହେରା ଠିକ୍ ସ୍ଥାନରେ ଠିକ୍ କାମ ହେଉଛି ବୋଲି ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଶ୍ରୀସତ୍ୟସାଇ ସେବା ସମିତିର ଶ୍ରୀବଳଦେବଜୀଉ ମନ୍ଦିର ସଫେଇ

କେନ୍ଦ୍ରାପଡ଼ା, ୦୧/୦୭/୨୦୨୨(ଓଡ଼ିଶା ସମାଚାର)-ପବିତ୍ର ଶ୍ରୀଗୁଣ୍ଡିଚାରେ ଇଛାପୁରସ୍ଥିତ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିସରକୁ ଶ୍ରୀ ସତ୍ୟସାଇ ସେବା ସମିତି, କେନ୍ଦ୍ରାପଡା ପକ୍ଷରୁ …

Leave a Reply

Your email address will not be published. Required fields are marked *