Friday , July 1 2022
Breaking News
Home / ବିଶେଷ / ତାରପୁର ରେ ଓଜନ ଉତ୍ସବ ପାଳିତ 

ତାରପୁର ରେ ଓଜନ ଉତ୍ସବ ପାଳିତ 

ତାରପୁର, ୨୦/୦୫/୨୦୨୨( ଓଡ଼ିଶା ସମାଚାର )-ରଘୁନାଥପୁର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଆନୁକୂଲ୍ୟରେ ତାରପୁର (କ) ଅଙ୍ଗନୱାଡ଼ି କେନ୍ଦ୍ରରେ ଓଜନ ଉତ୍ସବ ପାଳିତ ହୋଇ ଯାଇଛି । ଅଙ୍ଗନୱାଡ଼ି କର୍ମୀ ଝୁନୁପ୍ରିୟା ରାଉତ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଂଚ ଶ୍ରୀମତୀ ସୁଷମା ମଲିକ୍ , ସମିତି ସଭ୍ୟା ପୂଜାଲତା ଦାସ, ତାରପୁର ସେକ୍ଟର ସୁପରଭାଇଜର ଲିପ୍ସା ପ୍ରିୟଦର୍ଶିନୀ , କମ୍ୟୁନିଟି ହେଲ୍ଥ ସେଂଟର ଅଫିସର ସିପ୍ରା ମହାନ୍ତି, ଆଶା କର୍ମୀ ସାବିତ୍ରୀ ରାଉତ, ୱାର୍ଡ଼ ମେମ୍ବର ସରୋଜିନୀ ସାହୁ, ହେଲ୍ପର ମନୁମିତା ମହାନ୍ତି ପ୍ରମୁଖ ଯୋଗ ଦେଇ  ୦ ରୁ ୬ ବର୍ଷ ପର୍ଯ୍ୟନ୍ତ ପିଲା ମାନଙ୍କର ଓଜନ କରାଇଥିଲେ । ଏହାଦ୍ୱାରା ପିଲାମାନଙ୍କର ଠିକ୍ ସମୟରେ ଠିକ୍ ସ୍ୱାସ୍ଥ୍ୟ ଅଛିକି ନାହିଁ ତାହା ଜାଣିବା ସହିତ ପୃଷ୍ଟିକର ଖାଦ୍ୟ ମାଧ୍ୟମରେ ପିଲାମାନଙ୍କୁ ନୀରୋଗ ରଖିବା ଓ ସେମାନଙ୍କର ଶାରିରୀକ ଓ ମାନସିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏଥିରେ ୪୭ ଜଣ ଶିଶୁଙ୍କର ଓଜନ ପରୀକ୍ଷା କରାଯାଇଥିବାବେଳେ ସ୍ତ୍ରୀ , ପ୍ରସୁତି , ଗର୍ଭବତୀ ମହିଳାମାନେ ଉପସ୍ଥିତ ଥିଲେ । ଏହାପରେ ସମସ୍ତେ ମିଶି ଜନସାଧାରଣଙ୍କୁ ଜଳଛତ୍ର ବଂଟନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଶ୍ରୀସତ୍ୟସାଇ ସେବା ସମିତିର ଶ୍ରୀବଳଦେବଜୀଉ ମନ୍ଦିର ସଫେଇ

କେନ୍ଦ୍ରାପଡ଼ା, ୦୧/୦୭/୨୦୨୨(ଓଡ଼ିଶା ସମାଚାର)-ପବିତ୍ର ଶ୍ରୀଗୁଣ୍ଡିଚାରେ ଇଛାପୁରସ୍ଥିତ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିସରକୁ ଶ୍ରୀ ସତ୍ୟସାଇ ସେବା ସମିତି, କେନ୍ଦ୍ରାପଡା ପକ୍ଷରୁ …

Leave a Reply

Your email address will not be published. Required fields are marked *