ବାଂଟିଲେ ସଚେତନତା ବାର୍ତା
କେନ୍ଦ୍ରାପଡ଼ା, ୨୦/୦୫/୨୦୨୨( ଓଡ଼ିଶା ସମାଚାର )- “କେନ୍ଦ୍ରାପଡା ସାଇକେଲ କ୍ଲବ”ର ମାସିକ ସାଇକେଲ ପରିକ୍ରମା କାର୍ୟ୍ୟକ୍ରମରେ ସାମିଲ ହୋଇଛନ୍ତି କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡକର । ଶୁକ୍ରବାର କ୍ଲବରେ ସାମିଲ ହୋଇ ଅନ୍ୟ ସଦସ୍ୟମାନଙ୍କ ସହ ପ୍ରାୟ ୨୧କି.ମି ରାସ୍ତା ସାଇକେଲରେ ପରିକ୍ରମା କରିଥିଲେ । ପ୍ରାତଃ ୬ଟା ସମୟରେ ସାଇକେଲ କ୍ଲବର ସଦସ୍ୟମାନେ ସାଇକେଲରେ ସହରର ପୁରୁଣା ବସଷ୍ଟାଣ୍ଡରୁ ପରିକ୍ରମାରେ ବାହାରି ଖଡିଅଙ୍ଗ, ସୁନାଇଲୋ, ହଜାରିବଗିଚା, ଆଳିଜଙ୍ଗା, ଘିଗିଡିଆ, ଇଟିପୁର ଅତିକ୍ରମ କରି ବାରୋ ଠାରେ କଟକ-ଚାନ୍ଦବାଲି ରାସ୍ତାରେ ଆସି ପୁନର୍ବାର ପୁରୁଣା ବସଷ୍ଟାଣ୍ଡ ଠାରେ ପହଂଚିଥିଲେ । ପରିକ୍ରମା ପରେ ଆୟୋଜିତ ବନ୍ଧୁମିଳନ କାର୍ୟ୍ୟକ୍ରରେ ଯୋଗଦେଇ ଏସପି ଶ୍ରୀ ମଡକର ସାଇକେଲ ଚାଳନାକୁ ସର୍ବୋତମ ବ୍ୟାୟାମ ବୋଲି କହିଥିଲେ । ତେଣୁ ଏହି କ୍ଲବରେ ଅଧିକରୁ ଅଧିକ ସଦସ୍ୟ ଯୋଗ ଦେବା ଉଚିତ ବୋଲି ସେ ମତବ୍ୟକ୍ତ କରିଥିଲେ । ସାଇକେଲ ଚାଳନା ଦ୍ୱାରା ସମସ୍ତେ ସୁସ୍ଥ ରହିବା ସହିତ ପରିବାରର ସୁରକ୍ଷା ରହିପାରିବ ବୋଲି ସେ କହିଥିଲେ । ଏଥିସହିତ କେନ୍ଦ୍ରାପଡା ସାଇକେଲ କ୍ଲବର ଉଦ୍ୟମକୁ ଏସ୍ପି ପ୍ରଶଂସା କରିଥିଲେ । ପରିକ୍ରମାରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହରେଶ ଚନ୍ଦ୍ର ପାଣ୍ଡେ ଅନ୍ୟତମ ଅତିଥି ଆରୋହୀ ଭାବେ ଯୋଗଦେଇ ନିୟମିତ ଏକତ୍ର ସାଇକେଲ ଚାଳନା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଭଲରହିବା ସହ ସାମାଜିକ ସମ୍ପର୍କ ସୁଦୃଢ ହେବ ବୋଲି ମତ ଦେଇଥିଲେ । ଆଗାମୀ ଦିନରେ ସାଇକେଲ କ୍ଲବର କାର୍ୟ୍ୟ ପରିସରକୁ ବ୍ୟାପକ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ଅଂଚଳରେ ଟ୍ରାଫିକ ସଚେତନତା, ନିଶାନିବାରଣ, ସଡକ ସୁକ୍ଷା ପ୍ରଭୁତିକୁ ନେଇ କ୍ଲବ ପକ୍ଷରୁ କାର୍ୟ୍ୟକ୍ରମ କରାଯିବା ପାଇଁ ନିଷ୍ପତିି ଗ୍ରହଣ କରାଯାଇଛି । କ୍ଲବର ଅନ୍ୟତମ ସଦସ୍ୟ ଅତିରିକ୍ତ ଏସପି କାର୍ତିକ ଚନ୍ଦ୍ର ମଲ୍ଲିକ, ଶିବାଶିଷ ଜେନା, ଡା. ବିରେନ୍ଦ୍ର ଦାସ, କେଶବ ଚନ୍ଦ୍ର ସାହୁ, କେନ୍ଦ୍ରାପଡା ଏସଡିପିଓ ରାଜିବ ଲୋଚନ ପଣ୍ଡା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି କାର୍ୟ୍ୟକ୍ରମରେ ସାମ୍ବାଦିକ ମାତୃଦତ ମହାନ୍ତି, ଜଗନ୍ନାଥ ଧଳଙ୍କ ସମେତ ବହୁ ସଦସ୍ୟ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର