ନିରାକାରପୁର, ୨୦/୦୫/୨୦୨୨( ଓଡ଼ିଶା ସମାଚାର )-ସହିଦ ଓଡ଼ିଆ ବିଏସଏଫ ଯବା ଜୟ ପ୍ରକାଶ ମହାପାତ୍ର ମେଘାଳୟ ସିଲିଗଂରେ କାର୍ଯ୍ୟରତ ସମୟରେ ୧୦ତାରିଖରେ ମୃତ୍ୟୁ ବରଣ କରିଥିଲେ। ଜୟପ୍ରକାଶଙ୍କ ପାର୍ଥିବ ମରଶରୀରକୁ ନିଜ ଜନ୍ମମାଟି ଅରାଚଂଳ ଗ୍ରାମକୁ ଅଣାଯାଇ ଗାଁ ଶ୍ନଶାନରେ ଶେଷକୃତ୍ୟ ସଂମ୍ପନ୍ନ ହୋଇଥିଲା। ଆଜି ଏକାଦଶାହରେ ସହିଦ ଜୟପ୍ରକାଶଙ୍କ ସ୍କୃତିଉଦେଶ୍ୟରେ ଆଜି ନିଜ ଜନ୍ମମାଟି ଅରାଚଂଳ ରେ ଏକ ସ୍ମୃତି ଚାରଣ ସଭା କରାଯାଇଛି।୧୨ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପାଲଟାସିଂହଙ୍କ ଉଦ୍ୟମ ରେ ସ୍ମୃତିଚାରଣ ସଭାରେ ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ସେନା କର୍ମଚାରୀ ମେଜର ଅରକ୍ଷିତ ଦଳାଇ,ଟାଗିଂ ବ୍ଲକ ଚେୟାରମ୍ୟାନ ରିସ୍ମା ମାନଧାତା,ଟାଗିଂ ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ନାଥଶର୍ମା,ଲେଣ୍ଡୋ ଗ୍ରାମପଚାଂୟତ ସରପଞ୍ଚ ବିନୋନ୍ଦିନି ଦାଶ,ସମିତି ସଭ୍ୟ ବିକାଶ ରଂଜନ ନାୟକ,ନିରାକାରପୁର ଗ୍ରାମପଚାଂୟତ ପ୍ରାକ୍ତନ ସରପଞ୍ଚ ବିପିନ ଜୟସିଂହ, ଲେଣ୍ଡୋ ଗ୍ରାମପଚାଂୟତ ପ୍ରାକ୍ତନ ସରପଞ୍ଚ ଲକ୍ଷ୍ମୀଧର ଆଚାର୍ଯ୍ୟଙ୍କ ସହିତ ଶିକ୍ଷାବିତ,ବୁଦ୍ଧିଜୀବୀ,ସହପାଠୀ, ଗ୍ରାମବାସୀମାନେ ଉପସ୍ଥିତ ରହି ସ୍ୱର୍ଗତ ଆତ୍ମା ର ସଦ୍ଗତି କାମନା କରି ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି। ଓଡ଼ିଶା ସମାଚାର