Friday , July 1 2022
Breaking News
Home / ବିଶେଷ / ଅବସରପ୍ରାପ୍ତ କୃଷି ବିଭାଗ କର୍ମଚାରୀଙ୍କ ପରଲୋକ

ଅବସରପ୍ରାପ୍ତ କୃଷି ବିଭାଗ କର୍ମଚାରୀଙ୍କ ପରଲୋକ

କେନ୍ଦ୍ରାପଡ଼ା, ୨୦/୦୫/୨୦୨୨( ଓଡ଼ିଶା ସମାଚାର )-କେନ୍ଦ୍ରାପଡା ଜିଲ୍ଲା କୃଷି କାର୍ୟ୍ୟାଳୟର ଅବସରପ୍ରାପ୍ତ କର୍ମଚାରୀ ଶରତ ଚନ୍ଦ୍ର ସେନାପତିଙ୍କର ୮୬ବର୍ଷ ବୟସରେ ଗୁରୁବାର ରାତିରେ ତାଙ୍କ ବଡହାଟସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସେ ବାର୍ଦ୍ଧକ୍ୟଜନିତ ରୋଗରେ ପିଡିତ ହୋଇ ଦୀର୍ଘଦିନ ଧରି ଶଯ୍ୟାଶାୟୀ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ସେ ଜଣେ ମିଷ୍ଟଭାଷି, ପରୋପକାରୀ, ବନ୍ଧୁବତ୍ସଳ ବ୍ୟକ୍ତି ଭାବରେ ସାଧାରଣରେ ପରିଚିତ ଥିଲେ । ମୃତୁ୍ୟଶଯ୍ୟା ନିକଟରେ ତାଙ୍କ ପତ୍ନୀ ପଦ୍ମାବତୀ, ପୁତୁରା ସୁବାଶିଷ ସେନାପତି ଓ ସାମ୍ବାଦିକ ଆଶିଷ ସେନାପତିଙ୍କ ସମେତ ୪ଝିଅ ଓ ୪ ଜ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ସ୍ଥାନୀୟ ରଣପଡାସ୍ଥିତ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ନାତି ଜିତୁ ସାହୁ ମୁଖାଗ୍ନି ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଶ୍ରୀଗୁଣ୍ଡିଚାରେ ରଥ…ପଥ…ବ୍ରହ୍ମ ତାଳଧ୍ୱଜ…

କେନ୍ଦ୍ରାପଡ଼ା, ୦୧/୦୭/୨୦୨୨(ଓଡ଼ିଶା ସମାଚାର)- ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମରେ ସତେ ଯେମିତି ଫାଟି ପଡୁଥିଲା ତୁଳସୀକ୍ଷେତ୍ରାଧିପତି ଶ୍ରୀବଳଦେବଜୀଊଙ୍କ ରଥଦାଣ୍ଡ …

Leave a Reply

Your email address will not be published. Required fields are marked *