କେନ୍ଦ୍ରାପଡ଼ା, ୧୯/୦୫/୨୦୨୨( ଓଡ଼ିଶା ସମାଚାର )- କେନ୍ଦ୍ରାପଡାର ଜଣେ ଜଣାଶୁଣା ସମାଜସେବୀ ଅକ୍ଷୟ କୁମାର ତରାଇଙ୍କୁ ସେବାଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । ଅନୁଗୋଳସ୍ଥିତ ସନ୍ଥକବି ଭୀମଭୋଇ ସାହିତ୍ୟ ପରିଷଦ ପକ୍ଷରୁ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ସାହିତ୍ୟ ଓ ଆଧ୍ୟାତ୍ମିକ ଆଲୋଚନାଚକ୍ରରେ ସମାଜସେବୀ ଶ୍ରୀ ତରାଇଙ୍କୁ ମାନପତ୍ର, ପୁଷ୍ପଗୁଛ ଓ ଉତରୀୟ ପ୍ରଦାନ କରାଯାଇ ସେବାଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ସଭାରେ ରାଜ୍ୟ ସଭାପତି ଗାୟତ୍ରୀ ସିଂହ ଓ ସମ୍ପାଦକ ସଂଗ୍ରାମ କେଶରୀ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ । ସନିାା ସମାଚାର
